Latest Odisha News

BREAKING NEWS

ଟିଏମସି ଛାଡିବେ ଶତାବ୍ଦୀ !

କୋଲକତା: ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ଶତାବ୍ଦୀ ରାୟ ଦଳ ଛାଡିବା ନେଇ ଶୁକ୍ରବାର ସଙ୍କେତ ଦେଇଛନ୍ତି । ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫେସବୁକରେ ଲେଖିଛନ୍ତି ଯେ, ଯଦି ମୁଁ କୌଣସି ନିଷ୍ପତି ନିଏ ତାହାହେଲେ ୧୬ ଜାନୁୟାରୀ ଦିନ ୨ଟା ବେଳେ ଏ ସମ୍ପର୍କରେ ଆପଣମାନଙ୍କୁ ସୂଚନା ଦେବି ।

ଶତାବ୍ଦର କେଉଁ କଥା ନେଇ ଏହା କହିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ତଥାପି ଯେତେଦୂର ସମ୍ଭବ ସେ ବିଜେପିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । କିଛି ଦିନ ତଳେ ଟିଏମସି ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ କହିଥିଲେ ବିଜେପିର ୫ରୁ୭ ସାଂସଦ ଦଳ ଛାଡିବେ । ଏହାର ଜବାବରେ ବିଜେପିର ପଶ୍ଚିମବଙ୍ଗ ମୂଖ୍ୟ ଦିଲ୍ଲୀପ ଘୋଷ କହିଥିଲେ ୫୦ ଟିଏମସି ସାଂସଦ ପଦ୍ମ ଧରିବେ ।

Leave A Reply

Your email address will not be published.