Latest Odisha News

BREAKING NEWS

ଅପରାଧରେ ଭେନଜୁଏଲା ସବୁଠାରୁ ଆଗରେ, ଭାରତ ସ୍ଥିତି ସୁଧୁରିଛି: ରିପୋର୍ଟ

ନୂଆଦିଲ୍ଲୀ: ଗ୍ଲୋବାଲ ଡାଟାବେସ କମ୍ପାନୀ ନମ୍ବିଓ ବିଶ୍ୱର ଅପରାଧ ହାର ଏବଂ ଅପରାଧୀଙ୍କ କାର୍ଯ୍ୟକଳାପ ନେଇ ରିପୋର୍ଟ ଜାରୀ କରିଛି । ବିଶ୍ୱରେ ସବୁଠାରୁ ଅଧିକ ଅପରାଧ ଭେନଜୁଏଲାରେ ହେଉଛି ବୋଲି ଏଥିରେ ଦର୍ଶାଯାଇଛି । କ୍ରାଇମ ଇଣ୍ଡେକ୍ସ ୮୪.୪୯ ଥିବା ବେଳେ ସେଫଟି ଇଣ୍ଡେକ୍ସ ୧୮.୦୭ ରହିଛି । ଭାରତରେ ଅପରାଧ ହାର କମିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଭାରତ ୬୮ତମ ସ୍ଥାନରେ ରହିଛି । ପଡୋଶୀ ଦେଶ ମଧ୍ୟରେ ଆଫଗାନିସ୍ତାନ (୪ର୍ଥ), ବାଂଲାଦେଶ(୧୬), ମ୍ୟାନାମାର (୫୫) ଓ ପାକିସ୍ତାନ (୯୭)ତମ ସ୍ଥାନରେ ରହିଛନ୍ତି । କ୍ରାଇମ ଇଣ୍ଡେକ୍ସ ୪୩.୩୨ ଏବଂ ସେଫଟି ଇଣ୍ଡେକ୍ସ ୮୮.୧୪ ପଂଏଟ ରହିଛି । ସବୁଠାରୁ କମ୍ ଅପରାଧ ତାଲିକାରେ କତାର ରହିଛି ।

ଅଧିକ ଅପରାଧ ହେଉଥିବା ଦେଶ : ୧) ଭେନଜୁଏଲା ୨) ପାପୁଆ ନିଉ ଗିନି ୩)ଦକ୍ଷିଣ ଆଫ୍ରିକା ୪)ଆଫଗାନିସ୍ତାନ ୫) ହୋଣ୍ଡୁରାସ ୬) ତ୍ରିନିଦାଦ ଆଣ୍ଡ ଟବାଗୋ ୭) ବ୍ରାଜିଲ ୮)ପେରୁ ୯) ଅଲ ସାଲଭେଡର ୧୦) ଗୁୟାନା ।
କମ୍ ଅପରାଧ ଦେଶ: ୧)କତାର ୨)ତାଇୱାନ ୩)ୟୁଏଇ ୪)ଜର୍ଜିଆ ୫) ଜାପାନ ।

Leave A Reply

Your email address will not be published.