Latest Odisha News

BREAKING NEWS

ପୁଣି କଙ୍ଗନାଙ୍କ ନାଁରେ ମାମଲା, FIR ଦେଲେ ଟିଏମସି ମୁଖପାତ୍ର

ନୂଆଦିଲ୍ଲୀ: ବିବାଦ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପିଛା ଛାଡୁନି । ବାରମ୍ବାର ବିବାଦୀୟ ମତ ଓ ମନ୍ତବ୍ୟ ପାଇଁ ତାଙ୍କୁ ଟୁଇଟର ସସପେଣ୍ଡ କରିଥିଲା । ଏବେ କଙ୍ଗନାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ଟିଏମସି ମୁଖପାତ୍ର ରିଜୁ ଦତ୍ତା । ପୂର୍ବରୁ କୋଲକାତାର ଜଣେ ଓକିଲ ସାମ୍ପ୍ରଦାୟିକ ସୌହାର୍ଦ୍ଦ ବିଗାଡ଼ିବାକୁ ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରିଥିଲେ।

ରିଜୁ ଦତ୍ତା କୋଲକାତା ଉଲଟାଡାଙ୍ଗା ଥାନାନରେ କଙ୍ଗନାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ହିଂସାକୁ ଉସୁକାଇବା ଭଳି ମତ ଦେବା ଅଭିଯୋଗରେ ମାମଲା ଦାୟର କରିଥନ୍ତି ରିଜୁ ଦତ୍ତା । ଏହାସହ ମମତା ବାନାର୍ଜୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଛି ।

ପଶ୍ଚିମବଙ୍ଗ ଭୋଟ୍ ଫଳାଫଳ ପରେ ସୋସିଆଲ ମିଡିଆ ଟୁଇଟରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଟିପ୍ପଣୀ କରିଥିଲେ କଙ୍ଗନା । ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ । ଏହି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ ହୋଇଥିଲେ କଙ୍ଗନା । ପରେ ତାଙ୍କ ଅଫିସିଆଲ୍ ଆକାଉଣ୍ଟକୁ ରଦ୍ଦ କରିଥିଲା ଟୁଇଟର ।

Leave A Reply

Your email address will not be published.