Latest Odisha News

BREAKING NEWS

ବାଙ୍ଗିରିପୋଷିରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବାରିପଦା: ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ । ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କଲା ବାରିପଦା ଟାଉନ୍ ଥାନା ପୋଲିସ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗହିରାପାଳ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ସିନ୍ଧୁ ବାସ୍କେ । ଉଦ୍ଧାର ବଜ୍ରକାପ୍ତାର ଓଜନ ପାଖାପାଖି ୮ କିଲୋ ହେବ ।

ବିଶେଷ ସୂତ୍ରରୁ ଖବର ପାଇଁ ବାଙ୍ଗିରିପୋଷି ଥାନା ଅଧିକାରୀଙ୍କ ସହୟତାରେ ସିନ୍ଧୁଙ୍କ ପାଖରେ ପହଞ୍ଚିଥିଲା ବାରିପଦା ଟାଉନ୍ ଥାନା ପୋଲିସ । ବଜ୍ରାକାପ୍ତା ଚାଲାଣ ଉପରେ ନଜର ରଖିବା ପାଇଁ ବାରିପଦା ଟାଉନ୍ ଥାନା ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଗଠନ କରିଛନ୍ତି ମୟୂରଭଞ୍ଜ ଏସପି ।

Leave A Reply

Your email address will not be published.