Latest Odisha News

BREAKING NEWS

ବାଚସ୍ପତି ନିର୍ବାଚନକୁ ନେଇ କେ. ସୁରେଶଙ୍କ ନାମାଙ୍କନ ଉପରେ ଟିଏମସି ସାଂସଦ କଲେନାହିଁ ହସ୍ତାକ୍ଷର

ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏନଡିଏ ମେଣ୍ଟ ପକ୍ଷରୁ ପୁଣିଥରେ ଓମ ବିର୍ଲାଙ୍କୁ ଲୋକସଭାର ପ୍ରାର୍ଥୀ କରାଯାଇଛି । ସେହିପରି ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ଥର ସାଂସଦ ତଥା କେରଳ କଂଗ୍ରେସ ନେତା କେ. ସୁରେଶ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ଆଜି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ. ସୁରେଶ ପ୍ରାର୍ଥୀ ହେବା ନେଇ ଘୋଷଣା ହୋଇଛି ।

ହେଲେ ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାଁନ୍ତି ମେଣ୍ଟ ସହଯୋଗୀ ଟିଏମସି ମୁଖ୍ୟ ମମତା ବାନାର୍ଜୀ ।

ଟିଏମସି କହିଛି ଯେ, ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଏ ବାବଦରେ ଟିଏମସି ସହିତ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇ ନାହିଁ ।

ତେଣୁ କେ. ସୁରେଶଙ୍କୁ ସମର୍ଥନ ଜଣାଇ ତିନୋଟି ବଡ ଦଳ ସୁରେଶଙ୍କ ନାମାଙ୍କନପତ୍ରରେ ଦସ୍ତଖତ କରିଛନ୍ତି, କିନ୍ତୁ ଟିଏମସି ଏପର୍ଯ୍ୟନ୍ତ ଦସ୍ତଖତ କରିନାହିଁ । କଂଗ୍ରେସ ଏଭଳି ନିଷ୍ପତ୍ତି ଏକୁଟିଆ ନେଇଥିବାରୁ ଟିଏମସି ଅସନ୍ତୁଷ୍ଟ ଥିବା କୁହାଯାଉଛି ।

Comments are closed.