Latest Odisha News

BREAKING NEWS

ବିଜେପିରେ ଯୋଗ ଦେଲେ ଟିଏମସିର ଅରିନ୍ଦମ ଭଟ୍ଟଚାର୍ଯ୍ୟ

କୋଲକାତା:ମମତା ବାନାର୍ଜୀଙ୍କ ଟିଏମସିକୁ ବୁଧବାର ଆଉ ଏକ ଝଟକା ଲାଗିଛି । ଶାନ୍ତିପୁରର ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ପରି ହେଭିୱେଟ ନେତା ଦଳ ଛାଡି ସାରିଛନ୍ତି । ଯାହା କି ଟିଏମସି ପାଇଁ ମୁଣ୍ଡବ୍ୟାଥାର କାରଣ ହୋଇଛି । ବିଜେପିର ସାଧାରଣ ସଚିବ କୈଳାସ ବିଜୟ ଭିର୍ଗିଆ, ଭୂପେନ୍ଦ୍ର ଯାଦବ, ଅରୁଣ ସିଂ ଏବଂ ଡି.ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ ରଖି ଅରିନ୍ଦମ ଦଳରେ ଯୋଗ ଦେଇଛନ୍ତି ବୋଲି କୈଳାସ ବିଜୟଭର୍ଗିଆ କହିଛନ୍ତି । ମମତାଙ୍କ ଅରାଜକତା ନେଇ ଏଥର ଲୋକେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.