Latest Odisha News

BREAKING NEWS

ସରକାର ଓ ଚାଷୀଙ୍କ ଦଶମ ବୈଠକ ସରିଲା, ବାହାରି ପାରୁନି ସମାଧାନର ବାଟ

ନୂଆଦିଲ୍ଲୀ : ଦଶମ ବୈଠକ ପରେ ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ କୌଣସି ସମାଧାନ ବାହାରି ପାରୁନି । ଆଜିର ବୈଠକରେ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ ଉଭୟ ପକ୍ଷ । ଯଦିଓ ସରକାର ଆଇନକୁ ବର୍ଷେ ପାଇଁ ସ୍ଥଗିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ଗୋଟିଏ କମିଟି ଗଠନ କରିବେ ବୋଲି କହିଥିଲେ । ହେଲେ ସରକାରଙ୍କ ପ୍ରସ୍ତାବକୁ ଖଣ୍ଡନ କରିଦେଇଛନ୍ତି ଚାଷୀ ନେତା ।

ସେପଟେ ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଟ୍ରାକ୍ଟର ରାଲି କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ । ତେଣୁ କେନ୍ଦ୍ର ସରକାର ଏ ସଂପର୍କିତ ଆବେଦନ ପ୍ରତ୍ୟାହାର କରିପାରିବେ ବୋଲି କୋର୍ଟ କହିଛନ୍ତି ।

ଅନ୍ୟପଟେ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ରହିଛନ୍ତି ଚାଷୀ ନେତା । ସେହିପରି ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟିକୁ ନେଇ ଉଠୁଥିବା ପ୍ରଶ୍ନକୁ ନାପସନ୍ଦ କରିଛନ୍ତି କୋର୍ଟ । କମିଟି ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ । କାରଣ ଏହି କମିଟିରେ ବିଶେଷଜ୍ଞମାନେ ଅଛନ୍ତି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଚାଷୀଙ୍କ ଆନ୍ଦୋଳନ ୫୬ ଦିନରେ ପହଞ୍ଚିଥିବା ବେଳେ, ସମସ୍ୟା ସମାଧାନ ହୋଇପାରୁନି ।

Leave A Reply

Your email address will not be published.