ତାମିଲନାଡୁ: ସରିଥିଲା କରୋନା ଭୋଜି ହେଲେ ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ବାହାଦୁରୀ । ଯେଉଁଠି କରୋନା ମହାମାରୀ ପାଇଁ ସାରା ଦେଶ ଲକ୍-ଡାଉନ୍ ସେଠି, ସାଙ୍ଗମାନଙ୍କୁ କରୋନା ଭୋଜି ଦେଇ ଗିରଫ ହୋଇଛି ଜଣେ ୨୯ବର୍ଷିୟ ବ୍ୟକ୍ତି ।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଭିଡିଓରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ଏକାଠି ଭୋଜିର ଆନନ୍ଦ ନେବାରେ ସ୍ପଷ୍ଟ ଦେଖିବାକୁ ମିଳିଛି ।
29-year-old organises corona feast for his friends. Posts video on Facebook and gets arrested. pic.twitter.com/inxgAZG7ud
— priyankathirumurthy (@priyankathiru) April 17, 2020
ତାମିଲନାଡୁର ଜଣେ ବ୍ୟକ୍ତି ନିଜ ସାଙ୍ଗମାନଙ୍କ ପାଇଁ ଆୟୋଜନ କରିଥିଲା କରୋନା ଭୀରୁନ୍ଧୁ (ଭୋଜି) । କୋଭିଡ-୧୯ ଲକ୍-ଡାଉନ୍ ନିୟମ ଭାଙ୍ଗି ବୁଧବାର କବିସ୍ଥାଲମ ଅଂଚଳରେ ବହୁ ସଂଖ୍ୟାରେ ଲୋକ ଏକାଠି ଭାତ ଓ ଚିକେନ ରାନ୍ଧି ଧାଡିବାନ୍ଧି ଖାଇଥିଲେ ।
ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ସହ ଗ୍ରାମ୍ୟ ପ୍ରଶାସନିକ ଅଧିକାରୀଙ୍କ ଅଭିଯୋଗ କ୍ରମେ ଭୋଜିର ଆୟୋଜକ ଅଭିଯୁକ୍ତ ଶିବାଗୁରୁକୁ ଥାଂଜାଭୁର୍ ଜିଲ୍ଲା ପୋଲିସ ଗିରଫ କରିଛି ।
Comments are closed.