Latest Odisha News

ସଂକ୍ରମଣକୁ ନୁହେଁ ଆକ୍ରମଣକୁ ଭୟ; ଏମ୍ସ ଡାକ୍ତର ସଂଘ !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଆଗ ଧାଡିରେ ଛିଡା ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ ଦିନକୁଦିନ ହସ୍ପିଟାଲ କର୍ମଚାରୀଙ୍କ ପ୍ରତି ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏହି ପରିପ୍ରେକ୍ଷୀରେ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ର (RDA) ସମସ୍ତ ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେମାନେ ହେଲ୍‌ଥ ସର୍ଭିସେସ୍ ପର୍ସନାଲ୍ ଆଣ୍ଡ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟସ୍ ଭଳି ବିଲ୍ ପାସ୍ କରିବାକୁ ଦାବି କରିଛନ୍ତି ।

ଏହି ବିଲରେ ଡାକ୍ତରଙ୍କ ପ୍ରତି ହିଂସା ଓ ହସ୍ପିଟାଲ ପ୍ରପର୍ଟି ର ସୁରକ୍ଷା ଜନିତ ଦାବି ଉଲ୍ଲେଖ ରହିଛି । ଦାବି ଛଡା ଚିଠିରେ ସେମାନେ ସଂକ୍ରମଣ ନୁହେଁ ବରଂ ଆକ୍ରମଣକୁ ଭୟ କରୁଥିବା ଉଲ୍ଲେଖ କରିଛନ୍ତି ।

ଗତବର୍ଷ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ଆକ୍ରମଣ ନେଇ ଜୁନ ମାସରେ ସମସ୍ତ ଡାକ୍ତର ଧାରଣା ଦେଇଥିଲେ । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଚଏସପିସିଇ ବିଲ୍ ଉପସ୍ଥାପନ କରିଥିଲା । ହେଲେ ଡିସେମ୍ବର ମାସରେ ଗୃହ ମନ୍ତ୍ରାଳୟ ଏହି ବିଲ ଉପରେ ଏତେଟା ଧ୍ୟାନ ଦେଇନଥିଲା ।  ଯଦି ଏହି ବିଲ୍ ପାସ ହେଉଛି ତେବେ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ହେବ ।

Leave A Reply

Your email address will not be published.