Latest Odisha News

BREAKING NEWS

ଆସ କିଏ ଖାଇବ ଲକ୍‌-ଡାଉନରେ କରୋନା ଭୋଜି !

ତାମିଲନାଡୁ: ସରିଥିଲା କରୋନା ଭୋଜି ହେଲେ ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ବାହାଦୁରୀ । ଯେଉଁଠି କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌-ଡାଉନ୍ ସେଠି, ସାଙ୍ଗମାନଙ୍କୁ କରୋନା ଭୋଜି ଦେଇ ଗିରଫ ହୋଇଛି ଜଣେ ୨୯ବର୍ଷିୟ ବ୍ୟକ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଭିଡିଓରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ଏକାଠି ଭୋଜିର ଆନନ୍ଦ ନେବାରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

ତାମିଲନାଡୁର ଜଣେ ବ୍ୟକ୍ତି ନିଜ ସାଙ୍ଗମାନଙ୍କ ପାଇଁ ଆୟୋଜନ କରିଥିଲା କରୋନା ଭୀରୁନ୍ଧୁ (ଭୋଜି) । କୋଭିଡ-୧୯ ଲକ୍‌-ଡାଉନ୍ ନିୟମ ଭାଙ୍ଗି ବୁଧବାର କବିସ୍ଥାଲମ ଅଂଚଳରେ ବହୁ ସଂଖ୍ୟାରେ ଲୋକ ଏକାଠି ଭାତ ଓ ଚିକେନ ରାନ୍ଧି ଧାଡିବାନ୍ଧି ଖାଇଥିଲେ ।

ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ସହ ଗ୍ରାମ୍ୟ ପ୍ରଶାସନିକ ଅଧିକାରୀଙ୍କ ଅଭିଯୋଗ କ୍ରମେ ଭୋଜିର ଆୟୋଜକ ଅଭିଯୁକ୍ତ ଶିବାଗୁରୁକୁ ଥାଂଜାଭୁର୍ ଜିଲ୍ଲା ପୋଲିସ ଗିରଫ କରିଛି ।

Leave A Reply

Your email address will not be published.