ଭୁବନେଶ୍ଵର: ସାଧାରଣତଃ ସମସ୍ତଙ୍କ ଘରେ ଝିଟିପିଟି ଥାନ୍ତି । କିଛି ଲୋକ ଘରେ ଝିଟିପିଟି ରହିବା ସାଧାରଣ କଥା କହୁଥିବା ବେଳେ କିଛି ଲୋକ ଏଥିପାଇଁ ଚିନ୍ତାରେ ପଡିଯାଆନ୍ତି । ବିଶେଷ କରି ମହିଳା ମାନେ ଝିଟିପିଟି କୁ ଦେଖିଲେ ବହୁତ୍ ଡରିଥାନ୍ତି । ତେବେ ଝିଟିପଟି କୁ ଘରୁ ବାହାର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ସମସ୍ତଙ୍କ ପାଇଁ ବେଶ୍ ଲାଭକାରୀ ହବ । ଏଥିପାଇଁ ଆପନଙ୍କୁ କିଛି ତମ୍ବାକୁ ବା ଗୁଟଖା ଏବଂ କଫି ପାଉଡର୍ ନେବାକୁ ହେବ । ସମାନ ଭାଗରେ ତମ୍ବାକୁ ଏବଂ କଫି ପାଉଡରକୁ ସ୍ଵଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ । ଏବଂ ତାକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ ।
ଝିଟିପିଟି ପ୍ରାୟତଃ କାନ୍ଥରେ ରହିଥାନ୍ତି ସେଥିପାଇଁ ଏହି ଗୁଳାକୁ ଘରର ସେଲିଙ୍ଗରେ ଲଗାଇ ଦିଅନ୍ତୁ । ଏହା ଛଡା ବେଶିନ ପାଖରେ ଓ ରୋଷେଇ ଘର କାନ୍ଥରେ ମଧ୍ୟ ଲଗେଇ ଦିଅନ୍ତୁ । କାରଣ ବେଳେ ବେଳେ ଝିଟିପିଟି ଏହି ସ୍ଥାନରେ ମଧ୍ୟ ରହିଥାନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ, ଝିଟିପିଟି ସାଧାରଣତଃ ଅଟା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ତମ୍ବାକୁ ଖାଇବା ଦ୍ଵାରା ଝିଟିପିଟି ଶରୀର ଭିତର ଜଳିଥାଏ । ଯେଉଁଥିପାଇଁ ସେମାନେ ପାଣି ଅବା ଖୋଲା ସ୍ଥାନକୁ ପଳାଇଥାନ୍ତି । ତେଣୁ ଏହି ଗୁଳା ଖାଇବା ଦ୍ଵାରା ଝିଟିପିଟି ଘର ବାହାରକୁ ପଳେଇବେ । ୨/୩ ଥର ଏପରି କରିବା ଦ୍ଵାରା ଝିଟିପିଟି ଆଉ ଆପଣଙ୍କ ଘରକୁ ଆସିବ ନାହିଁ ଏବଂ ଆପଣଙ୍କ ଘର ଝିଟିପିଟି ମୁକ୍ତ ହେବ ।
Comments are closed.