ନୂଆଦିଲ୍ଲୀ: ଆଜିକାଲି ଯୁବକମାନେ ସୋସିଆଲ ମିଡ଼ିଆରେ ପରିଚିତ ହେବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଏମିତି କିଛିି କଣ୍ଟେଣ୍ଟ୍ ବାଛୁଛନ୍ତି, ଯେଉଁଥିରେ ବେଶୀ ଭିୟୁଅର୍ସ ମିଳିପାରିବ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ,ଯେଉଁଥିରେ ଦୁଇ ଜଣ ଯୁବକ ଝିଅଙ୍କ ପରି ସ୍କଟ୍ ପିନ୍ଧି ମେଟ୍ରୋ ଷ୍ଟେସନରେ ବୁଲୁଛନ୍ତି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନୂଆଦିଲ୍ଲୀର ମେଟ୍ରୋ ଷ୍ଟେସନରେ ଦୁଇ ଜଣ ଯୁବକ ହଠାତ୍ ଝିଅଙ୍କ ପରି ଟପ୍ ଓ ସ୍କଟ୍ ପିନ୍ଧି ଆସୁଛନ୍ତି । ସେମାନଙ୍କୁ ଦେଖି ଷ୍ଟେସନରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଦୁଇ ଯୁବକ କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ ହେବା ପାଇଁ ଘୁରି ବୁଲୁଥିଲେ । ତାଙ୍କୁ ଯିଏ ଦେଖୁଥିଲା ବୁଲି ବୁଲି ଚାହୁଁଥିଲା । ଏହି ପୋଷାକରେ ଦୁଇ ଯୁବକ ଖୁବ୍ ସୁନ୍ଦର ବି ଦେଖାଯାଉଥିଲେ । ସେମାନେ ଏମିତି ଯାଉଥିଲେ ଯେ, କିଏ ତାଙ୍କୁ ଅନାଉଛି କି ନାହିଁ ସେଥିପ୍ରତି ଗୁରୁତ୍ୱ ଦେଉ ନ ଥିଲେ । ଏହି ଭିଡ଼ିଓକୁ ଦେଖି ଅନେକ ଲୋକ ପସନ୍ଦ କରୁଥିବା ବେଳେ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । କେହି କେହି ଏହା ଡ଼େନିମ୍ ଲୁଙ୍ଗି ବୋଲି ମତ ଦେଇଥିବା ବେଳେ ଆଉ କିଏ ଏହା ଏକ ଗର୍ବର ବିଷୟ ଯେ ସେ ଏକ ସ୍କର୍ଟ ପିନ୍ଧିଛନ୍ତି । ବିକିନିରେ ବୁଲୁ ନାହାନ୍ତି ବୋଲି ମତ ରଖିଛନ୍ତି ।
Comments are closed.