Latest Odisha News

BREAKING NEWS

ସୁପର କପ ଫାଇନାଲରେ ଓଡିଶା ଏଫସି

ଭୁବନେଶ୍ୱର : କେରଳର ମଞ୍ଜେରୀରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଓଡିଶା ଏଫସି ପ୍ରବେଶ କରିଛି । ଶନିବାର ଓଡିଶା ସେମିଫାଇନାଲରେ ୩-୧ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଥିଲା । ଏପ୍ରିଲ ୨୫ରେ ହେବାକୁ ଥିବା ଫାଇନାଲରେ ଦଳ ବେଙ୍ଗାଲୁରୁ ଏଫସିକୁ ଭେଟିବ । ବେଙ୍ଗାଲୁରୁ ୨-୦ ଗୋଲରେ ଜାମସେଦପୁରକୁ ପରାସ୍ତ କରିଛି । ଓଡିଶା ପକ୍ଷରୁ ଏସ.ନନ୍ଦକୁମାର ୨ଟି ଏବଂ ବ୍ରାଜିଲର ଜେରୀ ଗୋଟିଏ ଗୋଲ ସ୍କୋର କରିଥିଲେ ।

BjdElectrycity

ନର୍ଥଇଷ୍ଟ ପକ୍ଷରୁ ଜୋର୍ଡାନ ଏକମାତ୍ର ଗୋଲଟି ଦେଇଥିଲେ । ନନ୍ଦକୁମାର ଆଉ ୨ଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ । ପ୍ରଥମରୁ ଓଡିଶା ଏଫସିର ପ୍ରଦର୍ଶଦ ସନ୍ତୋଷଜନକ ରହି ନ ଥିଲା । ଗୋଟିଏ ଗୋଲ ପରେ ଦଳ ସଂଗଠିତ ହୋଇ ଖେଳି ମ୍ୟାଚରେ ବିଜୟ ହାସଲ କରିଥିଲେ ।

Leave A Reply

Your email address will not be published.