Latest Odisha News

BREAKING NEWS

ବିବାହ ମଣ୍ଡପରୁ କନ୍ୟା ଫେରାର, ୧୩ ଦିନ ମଣ୍ଡପରେ ଜଗି ରହିଲା ବର

ରାଜସ୍ଥାନ: ନିଜ ବିବାହକୁ ନେଇ ଖୁସି ନ ଥିବା ବର ହେଉ ବା କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯିବା କିଛି ନୂଆ କଥା ନୁହେଁ । ଅନେକ କ୍ଷେତ୍ରରେ ଯଦି କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯାଏ , ତାହାହେଲେ ବର ଶିଶୁପାଳ ହୋଇଥାଏ । ନଚେତ୍ ଆପୋଷ ମିଳାମିଶାରେ କନ୍ୟାର ସାନ ଭଉଣୀକୁ ବିବାହ କରି ଦିଆଯାଇଥାଏ । ଏମିତି ଅନେକ ଘଟଣାର ନଜିର ମଧ୍ୟ ରହିଛି । କିନ୍ତୁ ରାଜସ୍ଥାନରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି । ଏକ ବିବାହ ମଣ୍ଡପରୁ କନ୍ୟା ଫେରାର ହେବା ପରେ ବର ୧୩ ଦିନ ଧରି ମଣ୍ଡପରେ ଜଗି ରହିଲା । କନ୍ୟା ଫେରିବ ସେ ତାକୁ ବିବାହ କରିବେ ବୋଲି ଜିଦ୍ ମଧ୍ୟ ଧରିଲେ । ଆଉ ଶେଷରେ ଏମିତି ହେଲା ଜାଣିଲେ ଚକିତ ହେବେ ।

ରାଜସ୍ଥାନର ପାଲିର ଗ୍ରାମରେ ଏକ ବିବାହ ଆୟୋଜିତ ହୋଇଥିଲା । ମଣ୍ଡପ ସଜ୍ଜା ଯିବାସହ ବନ୍ଧୁବାନ୍ଧବ ବି ଉପସ୍ଥିତ ଥିଲେ । ଭୋଜିଭାତର ଆୟୋଜନ ବି ହୋଇଥିଲା । ବର ସଜେଇ ହୋଇ ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ôଚଲା । କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ କରିବାରେ ଟିକେ ବି ହେଳା କରି ନ ଥିଲେ । ରୀତିନୀତି ଅନୁସାରେ ବରକନ୍ୟାଙ୍କ ବିବାହ ଆୟୋଜିିତ ହେଲା । କର୍ମ ଚାଲିଥିବା ବେଳେ କନ୍ୟା ଜଣକ ପେଟ କାଟିବା ସହ ବାନ୍ତି ହେବାର ବାହାନା କରିଲେ । ଏପଟେ ବିବାହ ସମୟ ଗଢିଯାଉଥିଲେ ବି କନ୍ୟାର ସ୍ୱାସ୍ଥ୍ୟବସ୍ଥାକୁ ସମେସ୍ତ ଗୁରୁତ୍ୱ ଦେଇଥିଲେ । କିଛି ସମୟ ପରେ କନ୍ୟା ଜଣକ ମଉକା ଦେଖି ତାର ପ୍ରେମିକ ସହ ଫେରାର ହୋଇଗଲେ । ମଣ୍ଡପରେ କନ୍ୟା ନାହିଁ ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଲା । ବହୁ ଖୋଜା ଖୋଜି କଲେ ମଧ୍ୟ ତାଙ୍କର କୌଣସି ପତ୍ତାମିଳିଲା ନାହିଁ । ଶେଷରେ ଜାଣିବାକୁ ମିିଳିଲା ଯେ, ସେ ତାଙ୍କ ସମ୍ପର୍କୀୟ ଭାଇ ସହିତ ଫେରାର ହୋଇଯାଇଛନ୍ତି ।

ଘଟଣାଟି ଏତିକିରେ ଥମି ନ ଥିଲା । ବର କନ୍ୟାର ଫେରିବା ବାଟକୁ ଚାହିଁ ବସିଲେ । ଦିନେ କି ଦୁଇଦିନ ନୁହେଁ, ୧୩ ଦିନ ମଣ୍ଡପରେ ଜଗି ରହିଲେ । କନ୍ୟା ଫେରିବ ସେ ତାକୁ ବିବାହ କରିବେ ବୋଲି ଜିଦ୍ ମଧ୍ୟ ଧରି ବସିଲେ । ସେ ବିବାହ ପୋଷାକ ଓ ମୁଣ୍ଡରୁ ପଗଡ଼ି ବି କାଢିଲେ ନାହିଁ । ବରର ଏପରି ଆଚରଣ ଦେଖି ଉଭୟ ପରିବାର ଲୋକେ କନ୍ୟାକୁ ଜୋରସୋରରେ ଖୋଜିବା ଆରମ୍ଭ କଲେ । ପରେ କନ୍ୟାକୁ ଉଦ୍ଧାର କରି ବର ସହିତ ବିବାହ କରିଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

Leave A Reply

Your email address will not be published.