Latest Odisha News

BREAKING NEWS

ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରି ଫସିଲା ବ୍ରିଟିଶ-ଆମେରିକା କମ୍ପାନୀ

ୱାଶିଂଟନ: ଆମେରିକା ଓ ଉତ୍ତର କୋରିଆ ଶତ୍ରୁତା କାହାକୁ ଅଛପା । ଆମେରିକା ଚ୍ୟାଲେଞ୍ଜ କରି ଉତ୍ତର କୋରିଆ ମାରାତ୍ମକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛି । ଏ ନେଇ ଆମେରିକା ଏବଂ ତାର ମିତ୍ର ଦେଶଗୁଡିକ ଉତ୍ତର କୋରିଆକୁ ନେଇ କେତେକ କଟକଣା ଜାରି କରିଛନ୍ତି । ନିକଟରେ ବ୍ରିଟେନ-ଆମେରିକାର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ ଉତ୍ତର କୋରିଆ ସହ ବ୍ୟବସାୟ କରି ଫସିଛି । ଆମେରିକା ବିଶ୍ୱର ସବୁଠାରୁ ବଡ କମ୍ପାନୀ ବ୍ୟାଟ ଉପରେ ୫୨ ହଜାର କୋଟି ଟଙ୍କାର ଜରିମାନା ଲଗାଇଛି । ବ୍ୟାଟର ଜଣେ ସହାୟତ ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗଙ୍କୁ ସିଗାରେଟ ବିକ୍ରି କରିଥିବା ସ୍ୱୀକାର କରିଛନ୍ତି ।

୨୦୦୭ରୁ ୧୭ ମଧ୍ୟରେ ଏହି କାରୋବାର ହୋଇଥିଲା । ବ୍ୟାଟ ଏଥିନେଇ ଦୁର୍ନୀତି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ବିନା ଅନୁମତିରେ ବ୍ୟାଟ କିଭଳି ଶତ୍ରୁ ଦେଶ ଏ ଭଳି କାରୋବାର କଲା ସେ ନେଇ ଆମେରିକା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.