Latest Odisha News

BREAKING NEWS

ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ୩୭କୁ ବଢ଼ିଲା ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଏନେଇ ଆଇଏଲ୍‌ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି ।

ଏହି ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ଲୋକ ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କେତେ ଜଣ ବିଦେଶରୁ ଫେରିଥିଲେ, ତାହା ଜଣାପଡ଼ି ନାହିଁ । ପୂର୍ବରୁ ଯେଉଁ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ସ୍ଥାନୀୟ ଲୋକ ଥିଲେ।

ଅନ୍ୟପକ୍ଷରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫ ଛୁଇଁଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି। ଗତ ୨୪ ଘଣ୍ଟାରେ ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦୁଇ ମାସ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଡେଇଁଛି ।

Comments are closed.