Latest Odisha News

BREAKING NEWS

ଜାନୁଆରୀ ୮ତାରିଖ ପରେ ମାଟ୍ରିକ ପିଲାମାନେ ନେବେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୮ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀ ନେବେ କରୋନା ଟିକା । ଆସନ୍ତା ୫ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ୮ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ସାରା ଦେଶରେ ୧୫ରୁ ୧୮ବର୍ଷୀୟ ପିଲାଙ୍କ ଟିକାକରଣ ଆରମ୍ଭ ହେବ ।

BjdElectrycity

ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜୁନିୟର କଲେଜ ଅଧ୍ୟକ୍ଷକୁ ନେଇ ଏକ ବୈଠକ ବସିଥିଲା । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଧ୍ୟକ୍ଷତା କରିଥିଲେ । ଏହାସହିତ ପ୍ରଥମେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଟିକାକରଣ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି ।

Leave A Reply

Your email address will not be published.