Latest Odisha News

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୬୨୪

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ ହଜାର ୬୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ହଜାର ୯୭୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ନୂଆପଡ଼ା ଜିଲ୍ଲାରୁ ୧୫୭, କଟକରୁ ୨୮୮, ସୁନ୍ଦରଗଡ଼ରୁ ୨୩୭, ବାଲେଶ୍ୱରରୁ ୧୫୧, ଯାଜପୁରରୁ ୧୨୮, କେନ୍ଦୁଝରରୁ ୦୭, ନୟାଗଡ଼ରୁ ୧୧୯, ସମ୍ବଲପୁରରୁ ୨୨୪, କୋରାପୁଟରୁ ୧୯, କଳାହାଣ୍ଡିରୁ ୧୦୯, ବଲାଙ୍ଗୀରରୁ ୬୨, ମୟୂରଭଂଜରୁ ୧୪୫, ବରଗଡ଼ରୁ ୧୦୨, ଜଗତସିଂହପୁରରୁ ୫୧, ନବରଂଗପୁରରୁ ୫୬, ଅନୁଗୁଳରୁ ୦୦, ଢେଙ୍କାନାଳରୁ ୬୧, ପୁରୀରୁ ୭୩, ଭଦ୍ରକରୁ ୯୧, ଦେବଗଡ଼ରୁ ୦୦, ସୁବର୍ଣ୍ଣପୁରରୁ ୦୮, ଗଂଜାମରୁ ୪୩, କନ୍ଧମାଳରୁ ୩୯, ରାୟଗଡ଼ାରୁ ୨୩, ଝାରସୁଗୁଡ଼ାରୁ ୧୦୮, କେନ୍ଦ୍ରାପଡ଼ାରୁ ୪୮, ବୌଦ୍ଧରୁ ୦୦, ମାଲକାନଗିରିରୁ ୩୦ ଓ ରାଜ୍ୟପୁଲରୁ ୧୮୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Comments are closed.