Latest Odisha News

ବିଧାନସଭା ଶୀତକାଳୀନ ଅଧିବେଶନ: ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ଆରମ୍ଭ ହେବାର କିଛିକ୍ଷଣ ପରେ ବିରୋଧୀ ଦଳର ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଯାହାଫଳରେ ବାଚସ୍ପତି ଅପରାହ୍ଣ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଥିବା ସୂଚନା ମିଳିଛି ।

ବିଧାନସଭା ଅଧିବେଶନ ଆରମ୍ଭରୁ ପୂର୍ବତନ ବିଧାୟକଙ୍କ ବିୟୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିଜେପି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ମୁଲତବୀ ଉଠାଇଥିଲା । ଯାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି।

ବିଧାନସଭା ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ,ଏହି ଅଧିବେଶନରେ ଅତିରିକ୍ତ ବଜେଟ ଏବଂ ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରାଯିବ। ବିରୋଧୀ ଦଳମାନେ ଯେଉଁ ପ୍ରସଙ୍ଗ ଆଣିଲେ ବି ତା’ର ମୁକାବିଲା କରିବାକୁ ଶାସକ ଦଳ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.