Latest Odisha News

BREAKING NEWS

ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ

ଦିଲ୍ଲୀ: ଆଜି ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜିବି ବ୍ୟାଙ୍କ ବନ୍ଦ ରହିଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଆନ୍ଦୋଳନ କରିଛନ୍ତି । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଏହି ଧର୍ମଘଟ କରାଯାଉଛି । ଧର୍ମଘଟ ଯୋଗୁଁ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗୁରୁବାର ବିଭିନ୍ନ ବ୍ୟାଙ୍କ ୟୁନିଅନମାନେ ପ୍ରତିବାଦ କରିଥିଲେ । କେନ୍ଦ୍ର ସରକାରଙ୍କ ବ୍ୟାଙ୍କଗୁଡ଼ିକ ଘରୋଇକରଣ କରିବା ନିଷ୍ପତ୍ତିକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି । ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.