ଭୁବନେଶ୍ୱର: ଆଜି ଶୂନ୍ୟ ଛାୟା ଦିବସ । କାୟାରୁ ହଜିଯିବ ଛାୟା ।ଯେଉଁ ଛାଇ ଆମର ପଛେ ପଛେ ଧାଉଁଥାଏ, ଆମର ପାଖ ଛାଡି ନ ଥାଏ ସେ ଆଜି ଆମଠାରୁ ଅଲଗା ହୋଇଯିବ । ଆଜି ଭୁବନେଶ୍ୱରରେ ଜିରୋ ସ୍ୟାଡୋ ଡେ’। ଦିନ ୧୧ଟା ୪୩ ମିନିଟ୍ରେ ହଜି ଯିବ ନିଜ ଛାଇ। ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ବର୍ଷରେ ଏଭଳି ୨ ଦିନ ରହିଛି ଯେଉଁ ଦିନ ହଜି ଯିବ ଛାଇ । ଅର୍ଥାତ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିବ। ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ।
ଆଜିର ଏହି ଶୂନ୍ୟ ଛାୟା ଦେଖିବା ଲାଗି ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଭୁବନେଶ୍ୱରଠାରେ ବ୍ୟବସ୍ଥା କରାଯାଇଛି । ଆଜି ଦିନ ୧୦ ଟା ୩୦ରୁ ଏହି ଶୂନ୍ୟ ଛାୟା ଦିବସର ଅନୁଭୂତି ନେବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି କଥାକୁ ଭୁଲ କହିଛନ୍ତି ଜ୍ୟୋତିବିଜ୍ଞାନୀ । ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ । ବର୍ଷର ଏହି ୨ ଦନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି ।
ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ଘଟିଥାଏ । ଖରାରେ ବୋତଲ, ଇଟା ବା ସେହିଭଳି କିଛି ଜିନିଷ ରଖି ଲକ୍ଷ୍ୟ କରନ୍ତୁ । ଦେଖପାରିବେ ବସ୍ତୁଟିର ଛାୟା କିପରି ଧୀରେ ଧୀରେ ଉଭେଇ ଯାଉଛି । ପୁନଶ୍ଚ କିଛି ସମୟ ପରେ ଛାଇ ଦେଖାଯିବ ।
ପ୍ଲାନେଟାରିୟମ୍ର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ‘ସୂର୍ଯ୍ୟ ଚାରିପଟେ ଯେଉଁ ପୃଥିବୀ ବୁଲୁଛି ତାହା ୨୩ ଡିଗ୍ରୀ ଅଧା କକ୍ଷପଥରେ ଢଳିକି ରହିଛି। ଏଥିପାଇଁ ଆକାଶରେ ସୂର୍ଯ୍ୟ କିଛିଦିନ ଉତ୍ତର ଆଡ଼କୁ ଓ ଆଉ କିଛିଦିନ ଦକ୍ଷିଣ ଆଡ଼କୁ ଗତି କଲାଭଳି ଲାଗେ। ଯାହାକୁ ଉତ୍ତରାୟଣ ଓ ଦକ୍ଷିଣାୟନ କୁହାଯାଏ। ଉତ୍ତର ଓ ଦକ୍ଷିଣ ପଟକୁ ବିଷୁବ ରେଖାର ଉଭୟ ପଟରେ ଯେଉଁ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ରହିଛି ସେହି ଭିତରେ ରହୁଥିବା ସବୁ ସ୍ଥାନରେ ବର୍ଷକୁ ଏମିତି ୨ଟି ଦିନ ଆସେ, ଯେତେବେଳେ ମଧ୍ୟାହ୍ନରେ ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ରୁହେ। ଯଦ୍ୱାରା ସେହି ସ୍ଥାନରେ ଓ ସେହି ସମୟରେ କୌଣସି ଛାଇ ଦେଖାଯାଏ ନାହିଁ।’
Comments are closed.