Latest Odisha News

BREAKING NEWS

ମୋଦିଙ୍କୁ ବାଇଡେନଙ୍କ ଉଚ୍ଛ୍ୱସିତ ପ୍ରଶଂସା: କହିଲେ, ଆପଣ ଆମେରିକାରେ ଖୁବ ଲୋକପ୍ରିୟ..ମୁଁ ଆପଣଙ୍କ ଅଟୋଗ୍ରାଫ ନେବାକୁ ଚାହୁଁଛି

ହିରୋସୀମା: ଆମେରିକା ରାଷ୍ଟ୍ରପତିଙ୍କ ମୁହଁରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂରି ଭୂରି ପ୍ରଶଂସା । କ୍ୱାଡ ମିଟିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜୋ ବାଇଡେନଙ୍କ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ସମସ୍ତଙ୍କୁ ଆମୋଦିତ କରିଛି । ବଡ ବଡ ରାଲିକୁ ମ୍ୟାନେଜ କରିବାରେ ମୋଦି ସିଦ୍ଧହସ୍ତ । ଏ କ୍ଷେତ୍ରରେ ବିଶ୍ୱର ବଡ ବଡ ନେତା ବି ତାଙ୍କୁ ତାରଫ ନ କରି ରହି ପାରନ୍ତି ନାହିଁ । ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜ ବି ଏ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି ।  ଏପରିକି  ଶନିବାର କ୍ୱାଡ ମିଟିଂରେ  ମୋଦିଙ୍କୁ ଅଟୋଗ୍ରାଫ ମାଗିଛନ୍ତି  ଆମେରିକା ରାଷ୍ଟ୍ରପତି । ସେତିକି ନୁହେଁ, ମୋଦିଙ୍କ ପ୍ରଶଂସା କରି କହିଛନ୍ତି, ଆମେରିକାରେ ଆପଣ ଖୁବ ଲୋକପ୍ରିୟ । ଆମେରିକାରେ ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କୁ ସାକ୍ଷାତ କରିବାକୁ ଚାହାନ୍ତି ।  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ବନୀଜ ମଧ୍ୟ୍  ପ୍ରଧାନମନ୍ତ୍ରୀ ମୋଦିଙ୍କର ଖୁବ ପ୍ରଶଂସା କରିଛନ୍ତି ।

ଶନିବାର କ୍ୱାଡ ନେତାଙ୍କ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପିଏମ ମୋଦିଙ୍କୁ କହିଥିଲେ, ଆପଣ ମୋ ପାଇଁ ଏକ ସମସ୍ୟା ସୃଷ୍ଟି କରିଛନ୍ତି । ଆପଣଙ୍କ କାର୍ଯ୍ୟକ୍ରମ ପାଇଁ ମୋ ପାଖାକୁ ବାରମ୍ବାର ଅନୁରୋଧ ଆସୁଛି । ଏହା ମୋ ପାଇଁ ଏକ ଚାଲେଞ୍ଜ ହୋଇଯାଇଛି ।

ବାଇଡେନଙ୍କ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜ କହିଛନ୍ତି, ତାଙ୍କ ପାଖରେ ସିଡନୀରେ ୨୦ ହଜାର କ୍ଷମତା ବିଶିଷ୍ଟ କମ୍ୟୁନିଷ୍ଟ ରିସେପ୍ସନ ଅଛି । ତଥା ସେ ସମସ୍ତଙ୍କ ଅନୁରୋଧ ରକ୍ଷା କରିବାରେ ସଫଳ ହୋଇ ନାହାନ୍ତି ।

ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ବିଷୟରେ ଉଲ୍ଲେଖ କରି ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି,  ‘ଆପଣଙ୍କୁ ଦେଖିଲେ ଗଣତନ୍ତ୍ରର ଗୁରୁତ୍ୱ ବୁଝିହୁଏ । ତେବେ ଆପଣ ମୋ ପାଇଁ ଏକ ସମସ୍ୟା ସୃଷ୍ଟି କରିଛନ୍ତି । ଆସନ୍ତା ମାସରେ ଏକାଠି ରାତ୍ରି ଭୋଜନ କରିବା । ଏଠିକୁ ଦେଶର ପ୍ରତ୍ୟେକ ବ୍ୟକ୍ତି ଆସିବାକୁ ଚାହୁଁଛନ୍ତି । ମୋ ପାଖରେ ଟିକେଟ ସରି ଗଲାଣି । ଆପଣ ଭାବୁଥିବେ ମୁଁ ମଜା କରୁଛି । କିନ୍ତୁ ମୋର ପୂରା ଟିମକୁ ପଚାରି ବୁଝନ୍ତୁ । ଯାହା ସହିତ ମୁଁ ଦୀର୍ଘ ସମୟ ଧରି କଥା ହୋଇ ନାହିଁ ସେମାନଙ୍କ ଫୋନ ଆସୁଛି । ଫିଲ୍ମ ଅଭିନେତାଙ୍କଠାରୁ ଆରମ୍ଭ କରି ବନ୍ଧୁବର୍ଗ ସମସ୍ତେ ଫୋନ କରୁଛନ୍ତି । ଆପଣ ଖୁବ ଲୋକପ୍ରିୟ।’

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଲନବିଜ କଥାକୁ ଆଗକୁ ବଢାଇ  କହିଥିଲେ, ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ୯୦ ହଜାରରୁ ଅଧିକ ଲୋକ ପିଏମ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ବାଇଡେନ କହିଥିଲେ, ମୁଁ ଆପଣଙ୍କ ଅଟୋଗ୍ରାଫ ନେବାକୁ ଚାହୁଁଛି ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜାପାନ ଯାଇଛନ୍ତି । ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ମିଟିଂରେ ସାମଲ ହୋଇଥିଲେ । ମେ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହିରୋସିମାରେ ରହିବେ ।

Leave A Reply

Your email address will not be published.