Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ମମତା ବାନାର୍ଜୀ

ଭୁବନେଶ୍ୱର : ଆଜି ଦୁଇ ରାଜ୍ୟ ମୁଖ୍ୟଙ୍କ ହେବ ଭେଟଘାଟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ତାଙ୍କ ଶେଷ ଦିନ । ତେବେ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦୁଇ ରାଜ୍ୟ ମୁଖ୍ୟଙ୍କ ଭେଟଘାଟକୁ ନେଇ ସମସ୍ତଙ୍କ ନଜର ରହିଛି ।

ଓଡ଼ିଶା ଗସ୍ତରେ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ୨୧ ତାରିଖ ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାପରେ ସେଠାରୁ ପୁରୀ ଯାଇଥିଲେ । ସମୂଦ୍ର କୂଳ ନିକଟ ନିର୍ବାଣ  ନିବାସରେ ଦୁଇ ଦିନ ଅବସ୍ଥାନ କରିବା ସହ ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ବୁଲି ଦେଖିଥିଲେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇ ପଡ଼ିଥିଲେ । ଶ୍ରୀମନ୍ଦିର ଭିତରେ ପ୍ରାୟ ଘଣ୍ଟାଏ ରହିଥିଲେ ମମତା । ରତ୍ନବେଦୀରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚୟନ ହୋଇଥିବା ଜମି ଦେଖି ଦିଦି ବହୁତ ପସନ୍ଦ କରିଥିଲେ । ସେନେଇ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସହ କରିପାରନ୍ତି ଆଲୋଚନା  ।

Comments are closed.