Latest Odisha News

ମାତ୍ର ଗୋଟେ ଫୁଟ ଜାଗା ପାଇଁ ମହାଭାରତ; ଜଣଙ୍କ ମୃତ୍ୟୁ, ୨ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଉଭୟ ପରିବାରରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବଡ଼ହିଂସର ଗାଁର ନବିନା ସାହୁ ଓ ରଘୁନାଥ ସାହୁଙ୍କ ପରିବାର ମଧ୍ୟରେ ଗୋଟିଏ ଫୁଟ ଜାଗା ପାଇଁ ଅନେକ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି। ତେବେ ଗୁରୁବାର ସକାଳୁ ଏହି ଜାଗା ପାଇଁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରସ୍ପରକୁ ବାଡ଼ି ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ଏହି ଗଣ୍ଡଗୋଳରେ ରଘୁନାଥଙ୍କ ପରିବାର ପକ୍ଷରୁ ଟାଙ୍ଗିଆ ଆକ୍ରମଣରେ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଗୁରୁତର ହୋଇଛନ୍ତି। ସେଇଭଳି ନବିନା ସାହୁଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ ରଘୁନାଥଙ୍କ ପୁଅ ବାପି ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି। ଆଶାନ୍ତି ଓ ବାପିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଖବର ପାଇ ଜରପଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

Leave A Reply

Your email address will not be published.