Latest Odisha News

BREAKING NEWS

ବାଲେଶ୍ୱରରେ ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ, କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ମିଳିବ ଇଣ୍ଟରନେଟ୍‌ ସେବା

ବାଲେଶ୍ୱର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ଅନିର୍ଦ୍ଧିଷ୍ଟକାଳ ପାଇଁ ଜାରି ରହିଥିବା କର୍ଫ୍ୟୁ ଆଜି ସାମାନ୍ୟ କୋହଳ ହୋଇଛି। କର୍ଫ୍ୟୁକୁ ଆଜି ୪ ଘଣ୍ଟା ପାଇଁ କୋହଳ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ସକାଳ ୭ଟାରୁ ଦିନ ୧୧ଟା ପର୍ପ୍ୟନ୍ତ କୋହଳ ରହିବ। ଏହାସହିତ କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ଇଣ୍ଟରନେଟ୍‌ ସେବା ମିଳିବ।

ପ୍ରଥମ ପର୍ଯ୍ୟାୟ ବ୍ୟାଙ୍କ ସମେତ ବ୍ୟାବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ୍‌ ସେବାମିଳିବ। ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବାପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ସେହିପରି ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିସ୍ଥିତିକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଉଦ୍ୟମ କରାଯାଉଛି।

ସହରରେ ଏବେ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଥିବା ବେଳେ ଗୋଷ୍ଠୀ ବିବାଦ ସମାଧାନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏନେଇ ପୁଣି ସାମ୍ପ୍ରତିକ ପରିସ୍ଥିତି ଉପରେ ଅନୁଧ୍ୟାନ କରାଯାଇ କର୍ଫ୍ୟୁ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି, ହିଂସା ମାମଲାରେ ଉଭୟ ଗୋଷ୍ଠୀ ପକ୍ଷରୁ ରୁଜୁ ହୋଇଥିବା ୭ଟି ମାମଲାରେ ପୁଲିସ ୩୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାଛଡ଼ା କର୍ଫ୍ୟୁ ଆଇନ୍‌ ଉଲ୍ଲଂଘନ ଯୋଗୁଁ ସହରର ବିଭିନ୍ନ ଥାନାରେ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

Comments are closed.