Latest Odisha News

BREAKING NEWS

ଆଜି ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ପୁଣି ଇଡି ନିକଟରେ ହାଜର ହେବେ । ରାହୁଲଙ୍କୁ ଲଗାତାର ୩ ଦିନ ଦେଲା ପଚରାଉଚରା କରୁଛି ଇଡି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପଚରାଉଚରା ଏପର୍ଯ୍ୟନ୍ତ ୨୭ ଘଣ୍ଟା ଧରି ଚାଲିଲାଣି । ଇଡି ରାହୁଲଙ୍କ ଠାରୁ ଯେଉଁ ଉତ୍ତର ଚାହୁଁଛି ତାର  ସନ୍ତୋଷ ଜନକ ଉତ୍ତର ଦେଉନଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସେପଟେ କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କଂଗ୍ରେସ ନେତାମାନେ ଦିଲ୍ଲୀରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାଜଭବନ ଏବଂ ପ୍ରତିଜିଲ୍ଲା ସଦର ମହକୁମାରେ ବିକ୍ଷୋଭ କରିବାକୁ କଂଗ୍ରେସ ଘୋଷଣା କରିଛି ।

ଏଠାରେ ସୂଚନାଯୋଗ୍ୟ  ଇଡି ସୋମବାର ରାହୁଲ ଗାନ୍ଧୀଙ୍କୁ ପାଖାପାଖି ସାଢ଼େ ୮ ଘଣ୍ଟା ପଚରାଉଚରା କରିଥିଲା । ମଙ୍ଗଳବାର ଦିନ ୧୦ ଘଣ୍ଟା ଯାଏଁ ପଚାରିଥିବା ବେଳେ ବୁଧବାର ଦିନ ମଧ୍ୟ ୯ ଘଣ୍ଟା ଯାଏଁ ଜେରା କରିଥିଲା ।

ରାହୁଲ ଚାହୁଁଛନ୍ତି ତାଙ୍କୁ ଦିନକରେ  ପଚରାଉଚରା ଶେଷ କରାଯାଉ । କିନ୍ତୁ ଇଡି ପାଖରେ ଏବେବି ଆହୁରି ପ୍ରଶ୍ନ ରହିଛି, ଯେଉଁଥି ପାଇଁ ପୁଣି ଡାକିଛି । ଏହାକୁ ନେଇ ଦେଶରେ ରାଜନୀତି ସରଗରମ ହେଉଛି ।

Leave A Reply

Your email address will not be published.