ଭୁବନେଶ୍ବର: ବେଲଗାମ୍ ହେଲାଣି ସୁନାଦର । ସୁନା କିଣିବାକୁ ଯାଉଥିଲେ ଏବେ ଆହୁରି ପକେଟ ଖାଲି କରିବାକୁ ପଡିବ । ଆଜି ଅର୍ଥାତ୍ ୨୮ ମାର୍ଚ୍ଚରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୯୦ ହଜାର ୯୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୩ ହଜାର ୪୦୦ ଟଙ୍କାକୁ ପହଞ୍ଚିଛି ।
ସେହିପରି ଆଜି ଏକ କେଜି ରୂପାର ମୂଲ୍ୟ ଭୁବନେଶ୍ବରରେ ₹୧,୧୪,୦୦୦ ଟଙ୍କା ରହିଛି । ଗତକାଲି ଏକ କେଜି ରୂପା ₹୧,୧୧,୦୦୦ ରହିଥିଲା । ଅର୍ଥାତ୍ ଗୋଟିଏ ଦିନରେ ତିନି ହଜାର ଟଙ୍କା ମୂଲ୍ୟ ବୃଦ୍ଧି ପାଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୩,୪୦୦ ଟଙ୍କା ଓ ୯୦, ୯୮୦ ଟଙ୍କା ରହିଥିବାବେଳେ ନୂଆଦିଲ୍ଲୀରେ ୮୩, ୫୫୦ ଟଙ୍କା ଓ ୯୧, ୧୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୩,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୯୦, ୯୮୦ ଟଙ୍କା ଅଛି । କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ଯଥାକ୍ରମେ ୮୩, ୪୦୦ ଓ ୯୦,୯୮୦ ଟଙ୍କା ରହିଛି ।
Comments are closed.