ଭୁବନେଶ୍ଵର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୦ ଟଙ୍କା ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନା ଦର ମଧ୍ୟ ୧୦ ଟଙ୍କା କମିଛି ।
ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୯,୭୩୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୦ ଟଙ୍କା ହ୍ରାସ ପାଇବା ସହ ୮୯,୭୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୦ ଟଙ୍କା ହ୍ରାସ ଘଟି ୮୨,୨୫୦ ଟଙ୍କାରୁ ୮୨,୨୪୦ ଟଙ୍କା ରହିଛି । ତେବେ ଆଜି ରୂପା ଧାତୁ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ରୂପା କେଜି ପିଛା ୧୦୦ ଟଙ୍କା କମି ୧,୦୨,୯୦୦ ଟଙ୍କାରେ ପହଞ୍ଚିଛି । କହିରଖୁଛୁ ଯେ, ଗତ ୬ ଦିନରେ ୨୨ କ୍ୟାରେଟ୍ ସୁନା ଦାମ ୩,୩୬୦ ଟଙ୍କା କମିଲାଣି ।
ଅନ୍ୟପଟେ ଆମେରିକାର ପ୍ରଖ୍ୟାତ ଆର୍ଥିକ ବିଶ୍ଳେଷଣ ସଂସ୍ଥା ମର୍ଣ୍ଣିଂଷ୍ଟାରର ରଣନୀତିଜ୍ଞ ଜନ୍ ମିଲ୍ସ ଦାବି କରିଛନ୍ତି ଯେ ସୁନାର ମୂଲ୍ୟ ଖୁବ ଶୀଘ୍ର ତଳକୁ ଖସିବ ଏବଂ ଏହାର ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ହୋଇଯିବ। ଏହି ଆକଳନ ଅନୁଯାୟୀ, ବିଶ୍ୱ ବଜାରରେ ସୁନାର ମୂଲ୍ୟ $୩,୦୮୦ ପ୍ରତି ଆଉନ୍ସରୁ $୧,୮୨୦ ପ୍ରତି ଆଉନ୍ସକୁ ହ୍ରାସ ପାଇବ। ଏହାର କାରଣ ହେଲା ଆମେରିକୀୟ ଅର୍ଥନୀତିରେ ସ୍ଥିରତା, ଡଲାରର ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଅର୍ଥନୈତିକ ଅନିଶ୍ଚିତତାରେ କମି ଆସିବାକୁ ଦର୍ଶାଇଛନ୍ତି।
Comments are closed.