ଢେଙ୍କାନାଳ: ଚଳଚଞ୍ଚଳ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଶିବରାତ୍ରି ପାଇଁ କପିଳାସଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଜାଗର ଯାତ୍ରା ଉପଲକ୍ଷେ ଷୋଡ଼ଶ ଉପଚାର ପୂଜା ନିମନ୍ତେ ରାଜ ପୁରୋଧାଙ୍କ ନୀତି ନିର୍ଦ୍ଧାରଣ କରାଯାଇଛି । ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା, ରାତି ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଅନୁଷ୍ଠିତ ହେବ। ରାତି ୧୦ଟାରୁ ୧ଟା ମଧ୍ୟରେ ରାଜ ପୁରୋଧାଙ୍କ ଦ୍ୱାରା ଚାରିପୂଜା ସମ୍ପନ୍ନ ହେବ। ଏହାପରେ ପ୍ରଥମ ରାଜଦର୍ଶନ, ରାତି ୧ଟାରୁ ସାଢେ ୨ଟା ମଧ୍ୟରେ ରାଜ ପୁରୋଧାଙ୍କ ଚାରିପୂଜା ଏବଂ ରାତି ୩ଟା ମଧ୍ୟରେ ମହା ରୁଦ୍ରାଭିଷେକ, ରାତି ୩ଟାରୁ ୩ଟା ୫୦ମିନିଟ ମଧ୍ୟରେ ମହାସ୍ନାନ ଓ ସୁନା ଅଳଙ୍କାରରେ ମହାପ୍ରଭୁଙ୍କର ନାଗାଭରଣ ବେଶ ସହ ପଞ୍ଚବକ୍ର ପୂଜା ରାଜ ପୁରୋଧାଙ୍କ ଦ୍ୱାରା ସମ୍ପନ କରାଯିବ। ଏହାପରେ ଦ୍ୱିତୀୟ ରାଜଦର୍ଶନ ତଥା ରାଜାଙ୍କର ନାଗାଭରଣ ବେଶ ଦର୍ଶନ, ସେବା ଓ ଆଳତି ଅନୁଷ୍ଠିତ ହେବ। ରାତି ୩ଟା ୫୫ ମିନିଟରେ ମହାଦୀପ ଉଠାଣ ହେବ। ରାତି ୪ଟା ୨୫ରେ ହରିହର ଭେଟ ପୂଜା କରାଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ଜଣାପଡିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଚଳିତବର୍ଷ ଶାନ୍ତିଶୃଙ୍ଖଳା ସହ ଜାଗର ଯାତ୍ରାକୁ ସମାପନ କରିବା ପାଇଁ ଜିଲାପାଳ ମନୋରଞ୍ଜନ ମଲ୍ଲିକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.