Latest Odisha News

BREAKING NEWS

ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍, ପ୍ରତ୍ୟାବର୍ତ୍ତନ ଆଶାରେ ଟିମ୍ ଇଣ୍ଡିଆ

ତ୍ରିନିବାଦ: ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚରେ ୪ ରନରେ ପରାସ୍ତ ହେବା ପରେ ୨ୟ ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷରେ ରହିଛି ଟିମ ଇଣ୍ଡିଆ । ସେପଟେ ଘରୋଇ ଦଳ ମଧ୍ୟ ଲଗାତର ୨ୟ ମ୍ୟାଚ ଜିତି ସିରିଜରେ ଆଗେଇବା ଲକ୍ଷରେ ରହିଛି ।

ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଘରୋଇ ଟିମ୍ । ନିର୍ଦ୍ଧାରିତ ୨୦ ଓଭରରେ ୱେଷ୍ଟଇଣ୍ଡିଜ୍ ଟିମ ୧୪୯ କରିବାରେ ସକ୍ଷମ ହୋଇଥିଲା । ୧୫୦ ରନ୍ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ହେଲେ ଦଳ ୧୫୦ ରନର ଟାର୍ଗେଟକୁ ପୂରଣ କରିବାରେ ବିଫଳ ହୋଇଥିଲା । ଆଉ ନିର୍ଦ୍ଧାରିତ ୨୦ ଓଭରରେ ୧୪୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ୫ ରନରେ ହାରିଥିଲା ଟିମ ଇଣ୍ଡିଆ । ସିରିଜରେ ୧-୦ରେ ଆଗୁଆ ଅଛି ଘରୋଇ ଟିମ୍ ।

ତେବେ ଆଜିର ମ୍ୟାଚରେ ଡେବ୍ୟୁ କରିପାରନ୍ତି ଯଶସ୍ଵୀ ଜୟସୱାଲ । ଜଣେ ସ୍ପିନରଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ଜୟସୱାଲଙ୍କୁ ନେଇ ଖେଳିପାରେ ଟିମ୍ ଇଣ୍ଡିଆ । ସେପଟେ ଘରୋଇ ଟିମ୍ ମଧ୍ୟ ୨ୟ ମ୍ୟାଚକୁ ଜିତି ସିରିଜରେ ଅଗ୍ରଗତି ଲକ୍ଷରେ ରହିବ । ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଭାରତ-ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ୨୬ ଥର ମ୍ୟାଚ ଖେଳିସାରିଲେଣି । ଏହି ମଧ୍ୟରୁ ଟିମ୍‌ ଇଣ୍ଡିଆ ୧୭ଟି ମ୍ୟାଚ୍‌ ଜିତିଛି । ୱେଷ୍ଟଇଣ୍ଡିଜ୍ ୮ଟି ମ୍ୟାଚ ଜିତିଛି । ଏହାଛଡା ଗୋଟିଏ ମ୍ୟାଚର ରେଜଲ୍ଟ ଆସିନାହିଁ ।

 

 

Leave A Reply

Your email address will not be published.