Latest Odisha News

BREAKING NEWS

ଆଜି ମ୍ୟାଟ୍ରିକ୍ ପରୀକ୍ଷାର ୨ୟ ଦିନରେ କଡ୍ଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମ୍ୟାଟ୍ରିକ୍ ପରୀକ୍ଷାର ଆଜି ହେଉଛି ୨ୟ ଦିବସ । ସୋମବାର ଦିନ ଓଡ଼ିଶାର ପ୍ରାୟ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ଏହିବର୍ଷ ସମୁଦାୟ ୫ଲକ୍ଷ ୮୭ହଜାର ୭୨୦ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି । ଆଜି ପରୀକ୍ଷାର୍ଥୀମାନେ ଦ୍ୱିତୀୟ ଭାଷା ଇଂରାଜୀ ଭାଷାରେ ପରୀକ୍ଷା ଦେଉଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ମ୍ୟାଟ୍ରିକ ପରୀକ୍ଷାର ୧ମ ଦିନରେ ଓଡ଼ିଆ ପ୍ରଶ୍ନପତ୍ର ୱାଟ୍ସଆପରେ ଭାଇରାଲ୍ ହୋଇଥିବାର ଅଭିଯୋଗ ହୋଇଥିଲା । ମୋବାଇଲ୍ ରେ ଏହି ପ୍ରଶ୍ନପତ୍ର ଭାଇରାଲ୍ ହୋଇ ଘୁରି ବୁଲୁଥିଲା । ତେବେ ଏହି ଘଟଣାରେ ୭ ଜଣଙ୍କୁ ତୁରନ୍ତ ଗିରଫ କରାଯାଇସାରିଛି । ସୋମବାର ଦିନ ଯେପରି ପରୀକ୍ଷା ପ୍ରଶ୍ନପତ୍ର ବା ପରୀକ୍ଷା କେନ୍ଦ୍ରରେ କୌଣସି ବିଭ୍ରାଟ ନ’ଘଟେ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.