Latest Odisha News

BREAKING NEWS

ଆଜି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଆଶାତୀତ ସଫଳତା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ଦେଶ ଆଉ ମୋଦୀ-ଶାହଙ୍କୁ ଚାହୁଁନି ବୋଲି ଫଳାଫଳରୁ ସ୍ପଷ୍ଟ ହୋଇଛି। ଏହି ଲଢେଇ ସମ୍ବିଧାନ ରକ୍ଷା କରିବାର ଲଢେଇ ଥିଲା। ଲୋକ ସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ମ୍ୟାଜିକ୍‌ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି।

ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ମେଣ୍ଟର ପୂର୍ବତନ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ତେଲୁଗୁ ଦେଶମ୍‌ ପାର୍ଟିକୁ ସାଙ୍ଗରେ ନେବା ପାଇଁ ନିବେଦନ କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି। ଏହି ୨ ଦଳ ଏବେ ଏନ୍‌ଡିଏର ସହଯୋଗୀ ଅଛନ୍ତି।

ଏହି ବୈଠକରେ ଏକାଧିକ ପ୍ରଶ୍ନ ଉପରେ ଆଲୋଚନା କରାଯିବ ବୋଲି ରାହୁଲ ଏକ ସମ୍ମିଳନୀରେ କହିଛନ୍ତି। ସହଯୋଗୀ ଦଳଗୁଡ଼ିକର ମତାମତ ନନେଇ ଆମେ କିଛି କହିପାରିବୁ ନାହିଁ। ବୁଧବାର ବୈଠକରେ ମେଣ୍ଟ ଯାହା ନିଷ୍ପତ୍ତି ନେବ ତାହା କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ନେତା କହିଛନ୍ତି। ଲୋକ ସଭା ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ସମ୍ବିଧାନର ସୁରକ୍ଷା ପାଇଁ ହୋଇଥିଲା। ଦେଶର ସବୁଠୁ ଗରିବ ଏବଂ ପଛୁଆ ବର୍ଗ ସମ୍ବିଧାନର ସୁରକ୍ଷା ପାଇଁ ଛିଡ଼ା ହୋଇଛନ୍ତି ବୋଲି ରାହୁଲ କହିଛନ୍ତି।

 

Leave A Reply

Your email address will not be published.