Latest Odisha News

BREAKING NEWS

ଆଜି ମକା ଦିବସ

ପ୍ରତି ବର୍ଷ ନଭେମ୍ବର‌ ୨୪ରେ ପାଳନ କରାଯାଏ ‘ମକା ଦିବସ’। ସାରା ବିଶ୍ବର ଲୋକେ ମକା ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି। ଏହାଛଡ଼ା ଅଧିକାଂଶ ଗୃହପାଳିତ ତୃଣଭୋଜୀ ପ୍ରାଣୀ ମଧ୍ୟ ଏହା ଖାଆନ୍ତି। ଏହା ଏକ ପୁଷ୍ଟିକର ଖାଦ୍ୟ। ଶୀତଦିନେ ପ୍ରବଳ ଥଣ୍ତା ପଡ଼ୁଥିବା ଅଞ୍ଚଳରେ ଏହା ହେଉଛି ଏକ ପ୍ରମୁଖ ଖାଦ୍ୟ। ବଣୁଆ ମକାର ଉତ୍ପତ୍ତି ଉତ୍ତର ଓ ଦକ୍ଷିଣ ଆମେରିକାରେ ହୋଇଥିଲା।

ମକା ଚାଷ ଖ୍ରୀଷ୍ଟପୂର୍ବ ୧୫୦୦ ବେଳକୁ ଆରମ୍ଭ ହୋଇସାରିଥିବା କୁହାଯାଏ। ଆମେରିକାର ମୂଳ ବାସିନ୍ଦା ଏହାକୁ ‘ଭଗବାନ୍‌ଙ୍କ ଖାଦ୍ୟ’ କହୁଥିଲେ। ମକା ହିଁ ସେମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଥିଲା। ଇଉରୋପୀୟ ଉପନିବେଶବାଦୀ ମାନେ ସଙ୍ଗରେ ଓଟ୍‌, ବାର୍ଲି ଆଦି ଆଣିଥିଲେ। ହେଲେ, ପରବର୍ତ୍ତୀ କାଳରେ ସେମାନେ ମଧ୍ୟ ମକାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ଇଉରୋପୀୟମାନେ ଯେତେବେଳେ ପ୍ରଥମ ଥର ପାଇଁ ଆମେରିକାରେ ସୁନା-ଖୋଜା ଆରମ୍ଭ କରିଥିଲେ, ସେତେବେଳେ, ହଳଦିଆ ରଙ୍ଗର ଚମକୁଥିବା ମୂଲ୍ୟବାନ ଚିଜ କେଉଁଠି ମିଳିବ ବୋଲି ପଚାରନ୍ତେ, ସ୍ଥାନୀୟ ଅଧିବାସୀ ସେମାନଙ୍କୁ ମକା ଦେଖାଇଥିଲେ।

Leave A Reply

Your email address will not be published.