Latest Odisha News

BREAKING NEWS

ଉତ୍ତର ଭାରତରେ ଖସୁଛି ପାରଦ; ଦିଲ୍ଲୀରେ ୧୭ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପାରଦ ଖସିଛି। ଏହାଫଳରେ ଥଣ୍ଡା ମଧ୍ୟ ବଢିଛି। ଦିଲ୍ଲୀରେ ଗତ ୧୭ ବର୍ଷର ରେକର୍ଡ଼ କାଟିଛି ସର୍ବନିମ୍ନ ତାପମାତ୍ରା। ନଭେମ୍ବରରେ ନୂଆଦିଲ୍ଲୀର ତାପମାତ୍ରା ୬.୩ ଡିଗ୍ରି ସେଲ୍‌ସିୟସକୁ ଖସି ଆସିଛି। ଯାହା କି ଗତ ୧୭ ବର୍ଷ ମଧ୍ୟରେ ନଭେମ୍ବର ମାସର ସର୍ବନିମ୍ନ ତାପମାତ୍ରା।

୨୦୦୩ ନଭେମ୍ବରରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରି ରେକର୍ଡ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ଆଞ୍ଚଳିକ ମୁଖ୍ୟ କୁଲ୍‌ଦୀପ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।

ଅନ୍ୟପଟେ ଭୂସ୍ବର୍ଗ ବୋଲାଉଥିବା ଜମ୍ମୁ-କାଶ୍ମୀର ଉପତ୍ୟକାରେ ଏବର୍ଷର ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।ଜମ୍ମୁ-କାଶ୍ମୀରର ଗୁଲ୍‌ମାର୍ଗ, ପହଲଗାମ୍‌, ଲଦାଖରେ ତୁଷାରପାତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.