Latest Odisha News

BREAKING NEWS

ମହାମାୟାଙ୍କ ମହାନବମୀ; ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗତି ନାସିନୀ ଦୁର୍ଗାଙ୍କ ପାଖରେ ମହା ଆଡମ୍ବରରେ ଆଜି ପାଳନ ହେଉଛି ମହାନବମୀ ପୂଜା । ଯଜ୍ଞ, ହୋମ, ଚଣ୍ଡୀପାଠରେ ଉଠୁଛି ପଡୁଛି ଚାରିଦିଗ । ପୂଜା ମଣ୍ଡପ ଗୁଡିକରୁ ଭାସି ଆସୁଛି ଧୂପ, ଦୀପ ଝୁଣାର ସୁଗନ୍ଧ । ଏହି ଦିବ୍ୟ ସୁଗନ୍ଧରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ପରିବେଶ ।

ନର ଠାରୁ ଦେବତା ସମସ୍ତଙ୍କ ରକ୍ଷାକାରିଣୀଙ୍କର ମଣ୍ଡପରେ ଆଜି ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଶକ୍ତିପୀଠ ଗୁଡିକରେ ଆଜି ପାଳନ ହେଉଛି ଦଶହରା ।

ନବରାତ୍ରର ଆଜି ଶେଷ ଦିବସ । ଦୀର୍ଘ ନଅ ଦିନ ଧରି ଉପବାସ ରହି ମାଆଙ୍କ ଆରାଧନା କରୁଥିବା ଶ୍ରଦ୍ଧାଳୁ ମାନେ ଆଜି ନିଜ ଉପବାସ ଭାଙ୍ଗିବେ ।

ନବମୀ ତିଥିରେ ମାଆ ଆଜି ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଆର୍ଶୀବାଦ କରୁଛନ୍ତି । ମାଆଙ୍କ ଏହି ରୂପ ଦର୍ଶନରେ ସକଳ ମନସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି । ପୌରାଣିକ କଥା ଅନୁଯାୟୀ ମହାଷ୍ଟମୀରେ ପ୍ରବଳ ପ୍ରତାପୀ ଦୈତ୍ୟ ମହିଷାସୁରକୁ ବଦ୍ଧ କରିବା ପରେ ନବମୀ ଦିନ ମାଆ ଦେବ ଓ ନର ଲୋକଙ୍କୁ ସିଦ୍ଧି ପ୍ରଦାନ କରିଥିଲେ ।

 

 

“ନମସ୍ତେ ଦେବ ଦେବେଶି ନମସ୍ତେ ହର ପୁଜିତେ
ବ୍ରହ୍ମବିଦ୍ୟା ସ୍ୱରୂପାୟୈଃ ତସ୍ୟୈ ନିତ୍ୟଂ ନମୋ ନମଃ।
ଭବ ବନ୍ଧନ ପାରସ୍ୟ ତାରିଣୀ ଜନନୀ ପରା,
ଜ୍ଞାନଦା ମୋକ୍ଷଦା ନିତ୍ୟା ତସ୍ୟୈ ନିତ୍ୟଂ ନମୋନମଃ।”

ନବମୀ ତିଥିରେ ମାଆଙ୍କୁ ଏହି ‘ମାତୃକା ଭେଦ ତନ୍ତ୍ର’ ଦ୍ୱାରା ଆବାହନ କରାଯାଏ ।

Leave A Reply

Your email address will not be published.