Latest Odisha News

BREAKING NEWS

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଆଙ୍କ ପାଇଁ ଗର୍ବ-ଗୌରବର ଦିନ। ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ୮୯ ବର୍ଷରେ ପାଦ ଥାପିଛି ଓଡ଼ିଶା। ବରପୁତ୍ରଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଆଜିଠୁ ୧୪ ତାରିଖ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ରାଜ୍ୟବାସୀଙ୍କୁ ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବଢ଼ାଇଥିବା-ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ପାଇଁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆସନ୍ତୁ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ ସଂକଳ୍ପକୁ ଆହୁରି ଦୃଢ଼ କରିବା।’

ଚଳିତ ବର୍ଷ ୮୯ତମ ଉତ୍କଳ ଦିବସ ପାଳୁଛି ଓଡ଼ିଶା। ଆଜିର ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବାବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରୁଛନ୍ତି ପ୍ରତିଟି ଓଡିଆ। ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କଟକ ସାଲେପୁର ସତ୍ୟଭାମାପୁରରେ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହର ଆୟୋଜନ କରାଯାଉଛି।

Comments are closed.