Latest Odisha News

BREAKING NEWS

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ ରୋଗର ଲକ୍ଷଣ ବିଷୟରେ

ଦିନକୁ ଦିନ ଭାରତରେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ଆମ ରାଜ୍ୟରେ ଦୁଇ ଲକ୍ଷରୁ ଅଧିକ କିଡନୀ ରୋଗୀ ଥିବା ବେଳେ ବର୍ଷକୁ ୪୦୦ରୁ ଅଧିକ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥାଏ । ଲୋକଙ୍କୁ ଏ ନେଇ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖକୁ ବିଶ୍ୱ କିଡନୀ ଦିବସ ରୂପେ ପାଳନ କରାଯାଉଛି ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ସାଧାରଣତଃ କିଡନୀ ଖରାପ ହୋଇଛି ବୋଲି ଜଣାପଡି ନ ଥାଏ । ସହଜରେ ଏହାର କୌଣସି ଲକ୍ଷଣ କିଛି ଦେଖାଯାଏନି ।

ମଣିଷ ଶରୀରରେ ଦୁଇଟି କିଡନୀ ଥାଏ । ଆମ ମୁଠା ଆକାରର କିଡନୀଗୁଡିକ ହୋଇଥାଏ । ଏହା ଆମ ଶରୀରରେ ଫିଲଟର ଭଳି କାମ କରେ । ଶରୀରର ବର୍ଜବସ୍ତୁ ତଥା ଟକ୍ସିକ୍ ପରିଶ୍ରା ଦ୍ୱାରା ବାହାର କରିଥାଏ । ଏପରିକି ଶରୀରରେ ପାଣିର ମାତ୍ରାକୁ କିଡ୍‌ନୀ ନିୟନ୍ତ୍ରଣ କରିଥାଏ । ସୋଡିୟମ ପୋଟାସିୟମ କ୍ୟାଲସିୟମର ସଞ୍ଚାଳନ କିଡନୀ କରିଥାଏ । ଏଥିରୁ ହରମୋନ ମଧ୍ୟ ବାହାରେ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରେ । ଭିଟାମିନ ଡିର ଆକ୍ଟିଭେସନ କିଡନୀ କରେ ଯାହା ଫଳରେ ଆମ ହାଡ ଶକ୍ତ ହୁଏ । ଏହାର କାମ ୨୪ ଘଂଟା ଯାକ ଚାଲିଥାଏ ।


ସାଧାରଣତଋ କିଡନୀ ୫୦ ପ୍ରତିଶତ ଖରାପ ହେବା ପରେ ହିଁ ଜଣାପଡିଥାଏ । ମଧୁମେହ ରୋଗୀ କିମ୍ବା ହାଇ ବ୍ଲଡପ୍ରେସର ରୋଗୀଙ୍କର କିଡନୀ ଖରାପ ହେବାର ବେଶୀ ସମ୍ଭାବନା ଥାଏ । ମାତ୍ରାଧିକ ପେନକିଲର ସେବନ ଦ୍ୱାରା ମଧ୍ୟ ପ୍ରଭାବ ପଡିଥାଏ । ମଦ୍ୟପାନ କରୁଥିବା କିମ୍ବା ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ କିଡନୀ କାମ କରି ନଥାଏ । ପାଣି କମ ପିଇବା ଦ୍ୱାରା ମଧ୍ୟ ଆମ ଶରୀରରେ କିଡନୀଷ୍ଟୋନ ହୋଇଥାଏ ।

କିଡନୀ ଖରାପ ହେଲାଣି ଏହାର ଲକ୍ଷଣ ଟିକେ ବିଳମ୍ବରେ ଜଣାପଡେ । ସାଧାରଣତଃ ଦିନକୁ ଦିନ ଓଜନ କମିବା, ଅଳ୍ପ କାମ କଲେ ହାଲିଆ ଲାଗିବା, ପରିଶ୍ରାରେ ରକ୍ତ ପଡବା, ବାରମ୍ବାର ବାରମ୍ବାର ପରିଶ୍ରା ଯିବା ହେଉଛି କିଡନୀ ଖରାପ ହେବାର ଲକ୍ଷଣ ।

ଯଦି ଏସବୁ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପରିଶ୍ରାର ନିୟମିତ ପରୀକ୍ଷା କରନ୍ତୁ । ରକ୍ତର ଏକ ପରୀକ୍ଷା ଅଛି ଯାହାକୁ ସେରମ କ୍ରେଟେନିଙ୍ଗ ଟେଷ୍ଟ କୁହାଯାଏ । ଏହା କରିବା ଦ୍ୱାରା କିଡନୀ କେଉଁ ସ୍ଥିତିରେ ଅଛି ତାହା ସ୍ପଷ୍ଟ ହୋଇଯିବ । ଏହି ଟେଷ୍ଟକୁ ପ୍ରତି ବର୍ଷେ ଦୁଇ ବର୍ଷ ଅନ୍ତରରେ କରନ୍ତୁ । ଯେ କୌଣସି ଔଷଧ ଖାଉଛନ୍ତି ତାହା ଡାକ୍ତରଙ୍କ ସହ ପରାମର୍ଶ କରି ଖାଆନ୍ତୁ । ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ଖାଦ୍ୟ ପାନୀୟ ପ୍ରତି ସଜାଗ ହୁଇନ୍ତୁ । ଦିନକୁ ଅତି କମରେ ଅ।।ଠ ଗ୍ଲାସ ପାଣି ପିଅନ୍ତୁ । ଏସବୁ କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।

Leave A Reply

Your email address will not be published.