Latest Odisha News

ପ୍ରଥମେ ଦେଶର ଚାହିଦା ପୂରଣ କର ପରେ ବିଦେଶ କଥା ଚିନ୍ତା କରିବ: ଭ୍ୟାକ୍ସିନ୍‌କୁ ନେଇ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟ‌ଙ୍କ ତାଗିଦ୍‌

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେବି ଚିନ୍ତାରେ । ବାରମ୍ୱାର ଫେଲ୍‌ ମାରିବା ପରେ ଭାରତ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଲୋକଙ୍କ ପାଇଁ ପହଞ୍ଚାଇବାରେ ସକ୍ଷମ ହୋଇଛି । ଖାଲି ଭାରତ ଭିତରେ ଏହି ଭ୍ୟାକ୍ସିନ୍‌ର ବ୍ୟବହାର କରାଯାଇ ନାହିଁ । ଏହାକୁ ଭାରତ ସରକାର ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ।

କେନ୍ଦ୍ର ସରକାର ପ୍ରଥମେ ଭାରତର ଆବଶ୍ୟକତାକୁ ପୂରଣ ନକରି ବିଦେଶକୁ ଏହି ଟିକାର ବ୍ୟବସାୟିକ ରପ୍ତାନି କରୁଛନ୍ତି । ଯେଉଁ ଦେଶମାନେ ଏହାର ଫାଇଦା ପାଉଛନ୍ତି ବା ଭାରତ ଯେଉଁ ଦେଶମାନଙ୍କୁ ଭ୍ୟାକ୍ସିନ୍‌ ପ୍ରେରଣ କରୁଛି ସେମାନଙ୍କ ମଧ୍ୟରେ କିଛି ଶତ୍ରୁ ଦେଶ ମଧ୍ୟ ରହିଛନ୍ତି । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡ଼ିଛି । 

ପ୍ରଥମେ ଭାରତରେ ନାମ କମାଇବା ପରେ ବିଦେଶ କଥା ଚିନ୍ତା କରିବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି । ଓକିଲଙ୍କ ଦ୍ୱାରା କରାଯାଇଥିବା ଆବେଦନର ବିଚାର କରି ଜଷ୍ଟିସ୍‌ ଭିପିନ୍‌ ସାଙ୍ଘି ଏବଂ ଜଷ୍ଟିସ୍‌ ରେଖା ପାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହିପରି ଶୁଣାଣି କରିଛନ୍ତି ।

Leave A Reply

Your email address will not be published.