ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମାନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ ଏକାମ୍ର କ୍ଷେତ୍ରର ପ୍ରାୟ ସବୁ ଶୈବ ପୀଠ ରଙ୍ଗିନ୍ ଆଲୋକରେ ଝଲସୁଛି। ଶ୍ରଦ୍ଧାଳୁମାନେ ରାତିସାରା ବସି ଜାଗର ଦୀପ ଜାଳିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକାମ୍ର କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ।
ପୂର୍ବ ନିର୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ସବୁ ପ୍ରସିଦ୍ଧ ଶିବ ମନ୍ଦିରରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବି ରାତି ୧୦ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ଭୀମେଶ୍ୱର ଦେବ ମନ୍ଦିରରେ ରାତି ସାଢେ ୧୦ଟା ରେ, ମେଘେଶ୍ଵରରେ ୧୦ଟା ୧୦ରେ, ବ୍ରହ୍ମେଶ୍ୱର ମନ୍ଦିରରେ ରାତି ୧୦ଟା ୨୦ରେ ମହାଦୀପ ଉଠିବ
ଆଜି ଶିବ ମନ୍ଦିରମାନଙ୍କରେ ବିଧି ଅନୁସାରେ ଜାଗର ମେଳା ଅନୁଷ୍ଠିତ ହେଉଥିବା ବେଳେ କେତେକ ମନ୍ଦିରରେ ଭଜନ ସମାରୋହ, ଅଷ୍ଟପ୍ରହରୀ ନାମଯଜ୍ଞ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସେହିଭଳି ମହାଦୀପ ଉଠିବା ପରେ ବହୁ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। କିଛି ମନ୍ଦିରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଡ଼ବଡ଼ ଶୈବ ପୀଠରେ ରାତିତମାମ୍ କାମ ଚାଲିଛି।
ପୁରୁଣା ଭୁବନେଶ୍ବରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ମନ୍ଦିର ପ୍ରଶାସନ, ଏଏସ୍ଆଇ, କମିସନରେଟ୍ ପୁଲିସ, ବିଏମ୍ସି ଓ ଜିଲ୍ଲା ପ୍ରଶାସନ ସବୁ ବିଭାଗରୁ ପ୍ରସ୍ତୁତି ଶେଷ ହୋଇଛି। ଭାଗବତ ପାରାୟଣ, ରାମଚରିତ ମାନସ ପାରାୟଣ ସହ ସନ୍ଧ୍ୟାରେ ହେବ ଭଜନ ସମାରୋହ। ଅନୁରାଧା ପୌଡ଼ୱାଲଙ୍କ ସହ ବାବୁଲ୍ ସୁପ୍ରିୟୋ ଓ ବେଲା ସୁଲାଖେ ଭକ୍ତି ସଙ୍ଗୀତ ପରିବେଷଣ କରିବେ।
BREAKING NEWS
- ‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ
- E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା
- ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି
- ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…
- ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା
- ପୁରୀ ହେଲା ମହାନଗର ନିଗମ
- ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ
- IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ
- Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…
- ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍ ଭଳି ଅନଲାଇନ୍ ଫୁଡ୍ ଡେଲିଭରି କର୍ମଚାରୀଙ୍କ ଧର୍ମଘଟ
Comments are closed.