Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ପାଦର ଆଙ୍ଗୁଠିରେ ହୁଡ଼ା ଉପରେ ଉଠିଥିବା ଘାସକୁ ଛିଣ୍ଡାଉ ଛିଣ୍ଡାଉ ପଦ୍ମିନୀ ଗେଲେଇ ହୋଇ କହିଲା- ମୁଁ ତମ ସହ ଜ୧ାରୁ କଥା ହେବିନି । ଏତେ ଦିନରେ ମୁଁ ମନେପଡ଼ିଲି ?

– ଓ, ଅଭିମାନ ତେବେ ଏଇଠି ? ହାତ ବଢ଼ାଇ ସେ ପଦ୍ମିନୀକୁ ପାଖକୁନେଇ ଆସିଲେ । ତାଙ୍କର ଦୁଇ ଶଙ୍ଖଶୁଭ୍ର ପାପୁଲିରେ ପଦ୍ମିନୀର ପଦ୍ମଫୁଲ ପରି ସୁନ୍ଦର ମୁହଁକୁ ତୋଳି ଧରି, ଲଜ୍ଜାରେ ଆନମିତ ହୋଇ ଆସୁଥିବା ତା’ର ଦୁଇ ଆଖି ସହ ନିଜର ଢଳଢଳ ଦି’ ଆଖିକୁ ମିଶାଇଲେ । ସେତେବେଳେ ତାଙ୍କର ଦି’ ଆଖିରେ ମଧୁର ପ୍ରେମର ସୀମାହୀନ ସାଗର ଉର୍ମିମୁଖର ହୋଇ ଉଠୁଥିଲା । କଣ୍ଠରୁ ତାଙ୍କର ଝରି ଚାଲିଲା ନିବିଡ଼ତାର ସେ୧ାହନ ଭରା ମଧୁର, ସୁନ୍ଦର ସାବଲୀଳ ଶବ୍ଦ ଝରଣା ।

– ତମେ ମୋର ସବୁବେଳେ ମନେପଡ଼ ମିନୀ ! ଯେତେବେଳେ ଅବସର ପାଏ ତମେ ହିଁ ମତେ ଆଚ୍ଛନ୍ନ କରିଚାଲ । ସାରା ସମୟ ତମ ଚିନ୍ତା ହିଁ ମତେ ଘାରେ… ମନେମନେ ତୁମକୁ ହିଁ ଗୁଣିହୁଏ । ମୋ ମନ ମଧୁମତୀ ପାଇଁ ଦିନରେ ସୂର୍ଯ୍ୟ ଓ ରାତିରେ ଚାନ୍ଦ ହାତରେ କେତେ ଯେ ସନ୍ଦେଶ ପଠାଏ… । ତମେ କ’ଣ
କିଛି ବି ପାଅନି ?

– ହଁ, ପାଏନା… । ଯାହା ପାଏ ମନ ଏମିତି ହୋଇଯାଏ ଯେ, ଆଉ ଅଧିକ ପାଇବା ପାଇଁ ସାହସ ହୁଏନି । ପଦ୍ମିନୀ ମୁରୁକି ମୁରୁକି ହସି ଉର ଦେଲା । ଚନ୍ଦ୍ରଭାନୁ ଉତ୍ସାହିତ ହୋଇଉଠିଲେ ।

– କହିଲ, କହିଲ… ତମ ମନ କ’ଣ ହୁଏ ?

– କହିବି… ? କହିବି… ? ରାଗିବନି ତ … । ତେବେ ଶୁଣ, ଦିନର ସୂର୍ଯ୍ୟ ତାଙ୍କର ପ୍ରଚଣ୍ଡ ତେଜରେ ମତେ ସିଦ୍ଧ କରିଦିଅନ୍ତି । ଆଉ ରାତିରେ ଚାନ୍ଦ ଦେହରେ କଳଙ୍କ ଦେଖିଲେ ମୋ ମନ ଫିକା ପଡ଼ିଯାଏ । ବେଳକୁ ବେଳ ପଦ୍ମିନୀ ଉଦାସ ଲାଗୁଥିଲା । ତା’ର ତୁହାଇ ତୁହାଇ ମନେପଡ଼ୁଥିଲା ମୀନାକ୍ଷିର କଥା । ଅପ୍ରିୟ ସତ୍ୟବାଦିନୀ ମୀନାକ୍ଷି ତାକୁ ସେଦିନ ‘ଗାନ୍ଧୀ କୈଳାସ’ ପର୍ବତ ଉପରେ କହିଥିଲା- ଜଣକ ବିଷୟରେ ଭଲ ରୂପେ ନଜାଣି, କେବଳ ସୁନ୍ଦର ଚେହେରା ଦେଖି ‘ବିବାହ’ ପାଇଁ ହଁ ଭରିଦେବା ଭଳି ନିଷ୍ପି ଯଥାର୍ଥ ନୁହେଁ । ତୋ ଭଳି ଝିଅ ଏ ଭଳି ଭୁଲ କଲା କେମିତି ? ଈଶ୍ୱର କରନ୍ତୁ, ମୋର ଏ ଆଶଙ୍କା ମିଛ ହେଉ, ଶହେ ପ୍ରତିଶତ । ଚନ୍ଦ୍ରଭାନୁ ଦେଖିଲେ ଆଖିରେ ଆଖିଏ ସନ୍ଦେହର ପ୍ରଶ୍ନ ଏବଂ ବୁନ୍ଦାବୁନ୍ଦା ଲୁହ ନେଇ ସେ ନିରୀହଭାବେ ତାଙ୍କୁ ଚାହଁ ରହିଛି ।

କ୍ରମଶଃ

Leave A Reply

Your email address will not be published.