ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ଦେଶରେ କରୋନା ମହାମାରୀର ଭୟଙ୍କର ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେ ନାହିଁ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା କାରଣରୁ ମମତା ବୈଠକରେ ସାମିଲ ହେବାକୁ ମନା କରିଥିବା କୁହାଯାଉଛି । ବୈଠକରେ ବଙ୍ଗଳାର ମୁଖ୍ୟ ସଚିବ ଅଲାପନ ବଙ୍ଗୋପାଧ୍ୟାୟ ପ୍ରତିନିଧିତ୍ବ କରିବେ ।
ଦୁଇ ଦିନ ପୂର୍ବରୁ ମୋଦି କରୋନା ରିଭ୍ୟୁ ମିଟିଂ କରିଥିଲେ । ସଂକ୍ରମଣ ରୋକିବାକୁ ସେ ଅଧିକାରୀଙ୍କୁ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।
Comments are closed.