Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ, ଆରମ୍ଭ ହେଲା ମତଦାନ

କୋଲକାତା: ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ। ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଯାଇଛି ମତଦାନ। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ହେଉଛି ମତଦାନ। ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ୨୨ଟି ଜିଲ୍ଲାର ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ଲାଗି ଆରମ୍ଭ ହୋଇଛି ଭୋଟ ଗ୍ରହଣ। ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ ଭାଗ୍ୟ।

ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଫଳାଫଳ ଆସନ୍ତା ଜୁଲାଇ ୧୧ ତାରିଖରେ ଘୋଷଣା ହେବ। ମୋଟ୬୩,୨୨୯ ଗ୍ରାମ ପଞ୍ଚାୟତ ଲାଗି ଶାସକ ଟିଏମସି ପକ୍ଷରୁ ସର୍ବାଧିକ ୬୧,୫୯୮ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୩୮,୪୭୫ଜଣ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖନ କରିଛନ୍ତି। ସେହିଭଳି ସିପିଏମ୍ ୩୫,୪୧୧ ପ୍ରାର୍ଥୀ ଦେଇଛି। ତେବେ କଂଗ୍ରେସ ବହୁ ପଛରେ ରହିଛି।

Leave A Reply

Your email address will not be published.