ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୧୦ ମାସ ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି । ଏହା ଧଳା ବାଘୁଣୀ ‘ବିଜୟା’ର ଶାବକ ବୋଲି ଜଣାପଡ଼ିଛି । ଗତ ୧୦ ଦିନ ହେଲା ବାଘ ସଫାରୀରେ ବିଜୟା ସହ ତା’ର ୩ ଶାବକଙ୍କୁ ଛଡ଼ାଯାଇଥିଲା । ଗତ ୩ ଦିନ ହେଲା ଦୁଇ ଶାବକଙ୍କ ସହ ମା’ ଫିଡିଂ ଚାମ୍ବରକୁ ଆସୁଥିଲା । ହେଲେ ତୃତୀୟ ଶାବକ ଆସୁନଥିଲା । ଆଜି ଜଣାପଡ଼ିଲା ଯେ, ତୃତୀୟ ଶାବକା ମୃତ୍ୟୁ ହୋଇଛି ।
ଧଳା ବାଘୁଣୀର ଏହି ୩ଟି ଶାବକ ଗତ ମାର୍ଚ୍ଚ ମାସରେ ଜନ୍ମ ହୋଇଥିଲେ । ନନ୍ଦନକାନନ ପ୍ରତିଷ୍ଠା ଦିବସରେ ଧଳା ବାଘୁଣୀର ଛୁଆମାନଙ୍କ ନାମକରଣ କରାଯାଇଥିଲା । ମୃତ୍ୟୁ ବାଘ ଶାବକର ନାମ ବଂଶୀ ରଖାଯାଇଥିଲା । ବର୍ତ୍ତମାନ ବଂଶୀର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ମୋଟ୍ ୨୬ଟି ବାଘ ଅଛନ୍ତି ।
Comments are closed.