ଉତ୍ତରାଖଣ୍ଡ:କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କର ସନ୍ଧାନ ଜାରି ରହିଛି ।
ସୂଚନାନୁଯାୟୀ, କେଦାରନାଥ ଧାମ ପାଦଚଲା ପଥରେ ଆଜି (ବୁଧବାର ଜୁନ୍ ୧୮) ସକାଳ ପ୍ରାୟ ୧୧.୨୦ ସମୟରେ ଜଙ୍ଗଲଚଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା । ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜଙ୍ଗଲଚଟି ପୋଷ୍ଟରେ ମୁତୟନ ପୋଲିସ ଫୋର୍ସ ଏବଂ ଡିଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
#WATCH | Uttarakhand | Two people dead, three injured due to the falling of stones from the top of a hill near Junglechatti ghat on the trek route to Kedarnath Dham, says Rudraprayag Police.
On information about the incident, Police and DDRF personnel immediately reached the… pic.twitter.com/61rEl1QM7Z
— ANI (@ANI) June 18, 2025
ମିଳିଥିବା ସୂଚନାମୁତାବକ, ଏହି ଭୂସ୍ଖଳନ ଯୋଗୁଁ କିଛି ଲୋକ ଖାଇରେ ପଡ଼ିଯାଇଥିଲେ,ଯେଉଁମାନଙ୍କୁ ଉଦ୍ଧାର କରାଯାଇ ଉପରକୁ ଅଣାଯାଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଦୁଇ ଜଣ ପୁରୁଷ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଗୌରୀକୁଣ୍ଡକୁ ପଠାଯାଇଛି। ଏହା ବ୍ୟତୀତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ନିଖୋଜ ଅଛନ୍ତି। ସମସ୍ତଙ୍କ ନାମ ଏବଂ ଠିକଣା ଚିହ୍ନଟ କରାଯାଉଛି। ଏହି ସ୍ଥାନରେ ପୋଲିସ ସୁରକ୍ଷାରେ ଯାତ୍ରୀମାନେ ଯାତାୟତ କରାଯାଉଛି।
ମୃତକ ହେଲେ ନୀତିନ କୁମାରଙ୍କ ପୁଅ ରାଭେଲ ସିଂହ (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ,ବୟସ- ୧୮ବର୍ଷ),ଚନ୍ଦ୍ରଶେଖର (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ) ।
Comments are closed.