Latest Odisha News

ବିଶ୍ୱକପରୁ ବାଦ୍ ପଡ଼ିଲେ ବିଜୟ ଶଙ୍କର, ଦଳରେ ସାମିଲ୍ ହେଲେ ମୟଙ୍କ୍ ଅଗ୍ରୱାଲ୍

ମୁମ୍ବାଇ: ଭାରତୀୟ ଅଲରାଉଣ୍ଡର୍ ବିଜୟ ଶଙ୍କର ଆହତ ଜନିତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ତାଙ୍କ ବଦଳରେ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଦଳରେ ସାମିଲ୍ ହୋଇଛନ୍ତି । ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରିବାକୁ ବିସିସିଆଇ ରବିବାର ଦିନ ଆଇସିସିକୁ ଅନୁରୋଧ କରିଥିଲା । ଆଇସିସି ଏହି ଅନୁରୋଧକୁ ଗ୍ରହଣ କରିଛି ବୋଲି ସୂଚନା ମିଳିଛି ।

ଏହି ଡ଼ାହାଣହାତୀ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ପୂର୍ବରୁ ଭାରତ ଲାଗି ଟେଷ୍ଟ କ୍ୟାପ ପିନ୍ଧିଛନ୍ତି । ଏହି ୨୮ ବର୍ଷୀୟ ଭାରତୀୟ ଯୁବ କ୍ରିକେଟର୍ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିନାହାନ୍ତି ।

ଭାରତୀୟ କପ୍ତାନ ବିରାଟ କୋହଲୀ ରବିବାର ଦିନ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟସ ପକାଇବା ବେଳେ ବିଜୟଙ୍କ ଆହତ ଜନିତ ସମସ୍ୟା ସମ୍ପର୍କରେ କହିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଭାରତୀୟ ଅଲରାଉଣ୍ଟର୍ ବିଜୟ ଶଙ୍କରଙ୍କ ବାମ ଗୋଡ଼ର ପାଦ ଗୋଇଠି ଭାଙ୍ଗିଯାଇଛି । ସେ ଆଦୌ ଖେଳିପାରିବେ ନାହିଁ । ତେଣୁ ସେ ଏବେ ଚିକିତ୍ସାରେ ରହିବେ । ପ୍ରାକ୍ଟିସ ସମୟରେ ଯଶପ୍ରିତ ବୁମରାଙ୍କ ଏକ ଦ୍ରୁତ ୟର୍କର ବଲ ବିଜୟ ଶଙ୍କରଙ୍କ ଗୋଡ଼ରେ ବାଜିଥିଲା । ଆଘାତପ୍ରାପ୍ତ ହୋଇଥିବା ଯୋଗୁଁ ବିଜୟ ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିପାରି ନଥିଲେ । ତାଙ୍କ ବଦଳରେ ରିଷଭ ପନ୍ଥ ଖେଳିଥିଲେ ।

Leave A Reply

Your email address will not be published.