Latest Odisha News

ଘରର ଏହି କୋଣରେ ଶୌଚାଳୟ କରନ୍ତୁ..

ଭୁବନେଶ୍ବର: ବାସ୍ତୁ ଅନୁସାରେ ଘରେ ଶୌଚାଳୟ ସଠିକ୍ କୋଣରେ ନକଲେ ଘରେ ସବୁ ସମସ୍ୟା ଦେଖାଯାଇଥାଏ । ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ କରିବା ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ ।

– ବାସ୍ତୁ ଅନୁସାରେ ଶୌଚାଳୟକୁ ରୋଷେଇ ଘରର ସମ୍ମୁଖରେ କରନ୍ତୁ ନାହିଁ । ଘରେ ଅଭାବ  ଲାଗି ରହିଥାଏ ଯଦି ଶୌଚାଳୟକୁ ରୋଷେଇ ଘରର ସମ୍ମୁଖରେ କରନ୍ତି ।

– ସେହିପରି ଦକ୍ଷିଣ ଦିଗ, ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ଗଢିହେବ କିନ୍ତୁ ପଶ୍ଚିମ ଦିଗରେ ଶୌଚାଳୟ କରନ୍ତୁ ନାହିଁ । ପଶ୍ଚିମ ଦିଗରେ ଶୌଚାଳୟ ହେଲେ ଘରେ ଅଶାନ୍ତି ଉପୁଜେ ।

– ଶୌଚାଳୟ ଉତ୍ତର-ପୂର୍ବ କୋଣରେ କରନ୍ତୁ ନାହିଁ । ଏହାର ପ୍ରଭାବ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡେ । ଉତ୍ତର ଦିଗରେ ଶୌଚାଳୟ ରହିଲେ ଧନହାନି ହେବାର ଆଶଙ୍କା ରହିଥିବାର ବାସ୍ତୁ
ଶାସ୍ତ୍ରରେ କୁହାଯାଏ ।

– ବିଶ୍ବାସ କରାଯାଏ ପୂର୍ବ ଦିଗରେ ଶୌଚାଳୟ କଲେ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଥାଏ ।

Leave A Reply

Your email address will not be published.