Latest Odisha News

ଗ୍ରୀସରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଗଲା

ଆନସିଏଣ୍ଟ ଅଲିମ୍ପିଆ: କରୋନା ଭାଇରସ ପ୍ରଭାବ ସତ୍ୱେ ଗ୍ରୀସ ପ୍ରାଚୀନ ଅଲିମ୍ପିଆରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଯିବା ସହ ଟୋକିଓ ଅଲିମ୍ପିକ୍ସର ମଶାଲ ଯାତ୍ରା ଶୁଭରାମ୍ଭ କରାଯାଇଛି ।  ଗ୍ରୀସର ଅଭିନେତ୍ରୀ ଜାନ୍ଥି ଜିୟୋଜିୟୁ ପ୍ରାଚୀନ ଗ୍ରୀକ ହାଇ ପ୍ରିଷ୍ଟେସର ଭୂମିକା ବହନ କରି ପାରାବୋଲିକ୍ ମିରରର ବ୍ୟବହାର କରି ସୂର‌୍ୟ୍ୟଙ୍କ କିରଣରେ ଏହି ମଶାଲର ପ୍ରଜ୍ଜ୍ୱଳନ କରିଛନ୍ତି ।

କରୋନା ଭାଇରସର ମହାମାରୀ ବ୍ୟାପିବା କାରଣରୁ ଏହି ସମାରୋହରେ କାହାରିକୁ ବି ସାମିଲ୍ ହେବାକୁ ଅନୁମତି ମିଳିନଥିଲା । ପ୍ରାଚୀନ ଅଲିମ୍ପିଆରୁ ଏହି ମଶାଲ ୮ଦିନ ଗ୍ରୀସ୍ ଯାତ୍ରା କରିବ ଏବଂ ପୁଣି ଏହାକୁ ଟୋକିଓ ୨୦୨୦୨ ଆୟୋଜକଙ୍କୁ ହସ୍ତାନ୍ତର କରିଦିଆଯିବ। ଏହି ସମାରୋହ ମାର୍ଚ୍ଚ ୧୯ ତାରିଖରେ ପାନାଥେନିଏକ୍ ଷ୍ଟାଡିୟମରେ ହେବ। ଏହି ମଶାଲ ସମଗ୍ର ବିଶ୍ୱ ପରିକ୍ରମା କରି ଜୁଲାଇ ଶେଷଭାଗରେ ଜାପାନରେ ପହଞ୍ଚିବ, ଯେଉଁଠାରେ ୨୪ ଜୁଲାଇରୁ ଅଗଷ୍ଟ ୯ ତାରିଖ ପର‌୍ୟ୍ୟନ୍ତ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ହେବ ।

Leave A Reply

Your email address will not be published.