Latest Odisha News

BREAKING NEWS

କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର, ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା

ଟୋକିଓ: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟ ପରେ ଆରମ୍ଭ ହେବାର ସବୁଜ ସଙ୍କେତ ମିଳିଛି । ଆଜି (୨୫-୦୩-୨୧) ଟୋକିଓ ଅଲିମ୍ପିକ୍ସର ମଶାଲ ଶୋଭାଯାତ୍ରା ଫୁକୁଶିମାରୁ ଆରମ୍ଭ ହୋଇଛି । ଭୂମିକମ୍ପ, ୨୦୧୧ ସୁନାମୀ ଓ ପରମାଣୁ ରିଆକ୍ଟର ବିକରଣ ଦୁର୍ଘଟଣା ଏଠାରେ ଘଟିଥିବାରୁ ମନୋବଳ ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆ ଯାଇଥିଲା ।

ଦେଶର ମହାନ ମହିଳା ଫୁଟବଲ ଖେଳାଳି ଅଜୁସା ଇଶାଶିମୁଝୁ ପ୍ରଥମେ ମଶାଲକୁ ଧରିଥିଲେ । ଏହା ପରେ ଫୁଟବଲ ଟିମର ଅନ୍ୟ ସଦସ୍ୟମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦର୍ଶକଙ୍କୁ ଏଥିପାଇଁ ଅନୁମତି ନ ଥିବାରୁ ଏହାର ସିଧା ପ୍ରସାରଣ ବିଭିନ୍ନ ସ୍ଥାନରେ କରାଯାଇଥିଲା । ୧୦୦୦୦ ଧାବକ ୪୭ ସହରରେ ଏହି ଶୋଭାଯାତ୍ରାରେ ସାମିଲ ହେବେ ବୋଲି ପ୍ରଧାନମନ୍ତ୍ରୀ ୟେଶିହିଦେ ସୁଗା କହିଛନ୍ତି ।

Leave A Reply

Your email address will not be published.