Latest Odisha News

ଭାରତ ବନ୍ଦ ପାଇଁ କଡ଼ା ସୁରକ୍ଷା, ଘୁଞ୍ଚିଲା ବାଣୀବିହାର ପରୀକ୍ଷା

ଭୁବନେଶ୍ବର : ଆସନ୍ତାକାଲି କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ତେବେ ଭାରତ ବନ୍ଦ ଡାକରାକୁ ନେଇ ଲୋକସେବା ଭବନ ଓ ଖାରବେଳ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ ।

ଆସନ୍ତାକାଲି ଭାରତ ବନ୍ଦ ଥିବାରୁ ଆନ୍ଦୋଳନକାରୀମାନେ ସରକାରୀ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ପିକେଟିଂ କରି ବନ୍ଦ କରିବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ ସହ ଅନ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ପୂର୍ବରୁ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସକାଳ ୧୦ଟା ମଧ୍ୟରେ ଲୋକସେବା ଭବନ ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପରିଚୟ ପତ୍ରଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରି ଭିତରକୁ ଛାଡିବାକୁ କୁହାଯାଇଛି ।

ଅନ୍ୟପଟେ ଭାରତ ବନ୍ଦ ପାଇଁ ଆସନ୍ତାକାଲି ବାଣୀବିହାର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତାକାଲି ହେବାକୁ ଥିବା ଯୁକ୍ତ ତିନି ପଞ୍ଚମ ସେମିଷ୍ଟର ପରୀକ୍ଷାକୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

Leave A Reply

Your email address will not be published.