ଭୁବନେଶ୍ବର: ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର। ଏପଟେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା କରାଯାଉଛି । ରବିବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଦେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ବନ୍ୟା ଆଶଙ୍କା। ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି କରାଯାଇଛି ।
ଦିନ ୧୦ଟା ସୁଦ୍ଧା ମଥାନୀଠାରେ ଜଳକା ୭.୨୦ ମିଟର ପ୍ରବାହିତ ହୋଇଛି । ସତର୍କ ସଙ୍କେତ ଉପରେ ବୈତରଣୀ ୩୭.୮୦୦ ମିଟର ପ୍ରବାହିତ ହୋଇଛି ।
ବନ୍ୟା ଆସିବା ସହ ଧାମନଗର, ଚାନ୍ଦବାଲି ଓ ଯାଜପୁର ଦଶରଥପୁର ଅଞ୍ଚଳ ପ୍ରଭାବିତ ହେବ । ବ୍ରାହ୍ମଣୀ ନଦୀରେ ଏଯାଏଁ ବନ୍ୟା ସ୍ଥିତି ଦେଖାଯାଇନି । ବ୍ରାହ୍ମଣୀରେ ୩୮ ମିମି ବର୍ଷା ହୋଇଛି । ରେଙ୍ଗାଲି ଡ୍ୟାମ୍ରେ ଜଳସ୍ତର ୧୨୧ ଫୁଟ ପାଖାପାଖି ରହିଛି ।
ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତ ।
Comments are closed.